ମାତ୍ର ଦୁଇ ହଜାର ଟଙ୍କା ପାଇଁ ଶିଶୁର ଗଳା କାଟିଲେ ଯୁବକ

ହାଓ୍ବାଡା : ଦୁଇହଜାର ଟଙ୍କା ପାଇଁ ଜଣେ କାରିଗର ୪ ବର୍ଷର ଶିଶୁର ଗଳା କାଟି ଜୀବନ ନେଇଛନ୍ତି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶିଶୁଟିର ଜୀବନ ମା’ କୋଳରେ ହିଁ ଚାଲିଯାଇଛି । ସୋମବାର ଦିନ ସନ୍ଧ୍ୟା ସମୟରେ ଏହି ଘଟଣା ଘଟିଛି । ହାଓ୍ବାଡା ଡୋମଜୁର ଥାନା ଅନ୍ତର୍ଗତ ବାଙ୍କଡା ବଜାର ନିକଟରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ମୃତ ଶିଶୁର ନାମ ମୋହମ୍ମଦ ଇମରାନ। ଏହି ଘଟଣା ପରେ ସାରା ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଅଭିଯୁକ୍ତ କାରିଗରର ନାମ ମୋହମ୍ମଦ ସଲିମ୍‌। ଶିଶୁର ଗଳା କାଟି ଘଟଣାସ୍ଥଳରୁ ଫେରାର ରହିଥିବାବେଳେ ପୋଲିସ୍‌ ଅଭିଯୁକ୍ତ ତାଲାସି ଜାରି ରଖିଛି । ବାଙ୍କଡାବଜାର ସ୍ଥିତ ଏକ ଆପାର୍ଟମେଣ୍ଟରେ ଥିବା ଜଣେ ଚୁଡି ବ୍ୟବସାୟୀଙ୍କ ନିକଟରେ ଅଭିଯୁକ୍ତ ଜଣକ କାମ କରୁଥିଲା । ଅଭିଯୁକ୍ତଙ୍କର 6 ହଜାର ଟଙ୍କା ବାକି ରହିଥିଲା । ସୋମବାର ସନ୍ଧ୍ୟାରେ ୪ ହଜାର ଟଙ୍କା ଦେଇଥିବାବେଳେ ଆଉ ଦୁଇ ହଜାର ଟଙ୍କା ପରେ ଦେବେ ବୋଲି ମାଲିକ କହିଥିଲେ । ମାତ୍ର ଏହା ଶୁଣି ଅଭିଯୁକ୍ତ ଜଣକ ରାଗରେ ନାଲି ହୋଇ ଉଠିଲେ । ମାଲିକଙ୍କୁ ସମସ୍ତ ପଇସା ଦେବାକୁ କହିଲେ । ପଇସା ନ ମିଳିବାରୁ ତାଙ୍କୁ ଧମକ ଦେଇ ସେଠାରୁ ଚାଲିଆସିଥିଲେ । ଏହା ପରେ ନିକଟସ୍ଥ ମାଲିକ ଘରେ ପହଞ୍ଚି ଚାରି ବର୍ଷ ଶିଶୁର ବେକକୁ ଧାରୁଆ ଛୁରୀରେ କାଟି ଫେରାର୍‌ ହୋଇଯାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ