ମାତ୍ର ୧୦୦ ଟଙ୍କା ପାଇଁ ମାଆ କୁ ହତ୍ୟା କଲା ପୁଅ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଞ୍ଜ ଜିଲ୍ଲା ରେ ଘଟିଯାଇଛି ହୃଦୟ ବିଦାରକ ଘଟଣା। ମାତ୍ର ୧୦୦ ଟଙ୍କା ପାଇଁ ମାଆ କୁ ହତ୍ୟା କଲା ପୁଅ। ତେବେ ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଜଶିପୁର ଥାନା ଅନ୍ତର୍ଗତ ଜଶିପୁର ରେ। ସୂଚନା ଅନୁଯାୟୀ, ଗତକାଲି ରାତି ପାଖାପାଖି ୯.୦୦ ସମୟରେ ମାଆ ସାଳନ୍ଦୀ ନାଏକ(୬୦) କୁ ୧୦୦ ଟଙ୍କା ମାଗିଥିଲା ପୁଅ ସରୋଜ(୨୧) କିନ୍ତୁ ଗରିବ ଶ୍ରେଣୀର ହୋଇଥିବାରୁ ମାଆ ଦେଇ ପାରିନଥିଲେ। ଫଳରେ ରାଗରେ ତମ୍ ତମ୍ ହୋଇ ପାଖରେ ଥିବା ଏକ ଠେଙ୍ଗା ସାହାଯ୍ୟ ରେ ବାରମ୍ବାର ମାଆ କୁ ପିଟି ଚାଲିଥିଲା ପୁଅ । ଶେଷରେ ମାଆ ଚିରଦିନ ପାଇଁ ଆଖି ବୁଜି ଦେଇଥିଲା । ଖବର ପାଇ ଜଶିପୁର ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ପାଇଁ ବାରିପଦା ରୁ ସାଇଣ୍ଟିଫିକ ଟିମ୍ ଡାକି ଅଧିକ ତଦନ୍ତ ଆରମ୍ଭ କରିଛି । ତେବେ ଯଶିପୁର ହାଟ ପଡିଆ ନିକଟରେ ଏହି ଘଟଣା ଘଟିଥିବା ବେଳେ ମାଆ କୁ ହତ୍ୟା କରିବା ପରେ ପୁଅ ସରୋଜ ନାଏକ ଫେରାର୍ ହୋଇ ଯାଇଥିବା ସୂଚନା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ