ମାତ୍ର ୪ ମାସ ନ ପୂରୁଣୁ ଭୁସୁଡି ପଡିଲା ଗାର୍ଡ ଓ୍ବାଲ୍ : ବିକାଶ କାହା ସ୍ବାର୍ଥରେ?

କୋଦଳା,  (ଗୁଲସନ କୁମାର କର) :-ରାଜ୍ୟରେ ଏବେ ମାତ୍ରାଧିକ ପିସି କାରବାର ଯୋଗୁଁ ନିର୍ମାଣ କାର୍ଯ୍ୟ ଗୁଡିକ ଅତି ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି। ଯାହା ଫଳରେ ଧାର୍ଯ୍ୟ ସମୟ ପୂର୍ବରୁ ନିର୍ମାଣଧୀନ କାର୍ଯ୍ୟ ଗୁଡିକ ପାଣିରେ ପଡୁଡି। ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ନଷ୍ଟ ହେଉଛି। ଆଉ ଏଭଳି ଦୁର୍ନୀତିରେ ବୁଡ଼ି ରହିଛନ୍ତି ଠିକାଦାର ଓ ଯନ୍ତ୍ରୀ । ଲୋକକଂ ଟିକସରେ ନିର୍ମାଣ କାର୍ଯ୍ୟ ହେଉଥିବା ବେଳେ ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ମାତ୍ର ୪ ମାସ ଗଲାନି ନିର୍ମାଣ ହୋଇଥିବା ପୋଖରୀ ଗାର୍ଡ ଓ୍ବାଲ୍ । ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ର ଦିୱାନ ପୋଖରୀରେ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିଲା ଗାର୍ଡ ଓ୍ବାଲ୍। ତେବେ ୪ ମାସ ବି ନ ଯାଉଣୁ ଭୁସୁଡି ପଡିଛି ଗାର୍ଡ ଓ୍ବାଲ୍। ଗତକାଲି ଝିପିଝିପି ବର୍ଷାରେ ଏହି ଗାର୍ଡ ଓ୍ବାଲ୍ ଟି ଭୁସୁଡି ଯାଇଥିବା ବେଳେ ଏଭଳି ସାଂଘାତିକ କାର୍ଯ୍ୟକୁ ନେଇ କିଏ ଦାୟୀ ତାକୁ ନେଇ କୋଦଳା ଏନଏସି ବାସିନ୍ଦା ଏବେ ପ୍ରଶ୍ନ କରିଛନ୍ତି। ଗାର୍ଡ ଓ୍ବାଲ୍ ଟି ଭୁସୁଡି ପଡିବା ପରେ ପେଚ୍ ପକାଇବା ପାଇଁ ଏବେ ତରବରିଆ ଭାବେ ଜେସିବି ସାହାଯ୍ୟରେ ମରାମତି ପାଇଁ ଉଦ୍ୟମ ହେଉଛି। କେବଳ ଏହି ଗାର୍ଡ ଓ୍ବାଲ୍ ନୂହେଁ, ପୌର ନିର୍ବାଚନ ପୂର୍ବରୁ କୋଦଳା ଏନଏସି ରେ ହୋଇଥିବା ପ୍ରତିଟି ଉନ୍ନୟନ ମୂଳକ କାର୍ଯ୍ଯରେ ମାତ୍ରାଧିକ ପିସି କାରବାର ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ସମସ୍ତ ଉନ୍ନୟନ କାର୍ଯ୍ୟର ଭିଜିଲାନ୍ସ ତଦନ୍ତ କରାଗଲେ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି ମତପ୍ରକାଶ ପାଇଛି। ଅପରପକ୍ଷେ ଏଭଳି ଦୁର୍ନୀତିରେ ଲିପ୍ତ ଥିବା ଠିକାଦାରଙ୍କ ଲାଇସେନ୍ସ ବାତିଲ କରିବା ସହ ଯନ୍ତ୍ରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ