ମା’ଥାନପତି ଶକ୍ତିପୀଠରେ ମକର ସଂକ୍ରାନ୍ତୀ ମହୋତ୍ସବ
ବନ୍ତ, (ଚାନ୍ଦିନୀ ମହାନ୍ତି):ପବିତ୍ର ମକର ସଂକ୍ରାନ୍ତୀ ଅବସରରେ ବନ୍ତ ବ୍ଲକ ପୋଡାପାଟଣା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ଥାନପତି ଶକ୍ତିପୀଠରେ ମକର ମେଳା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ସକାଳେ ଶତାଧିକ ଶ୍ରଦ୍ଧାଳୁ ମା’ଙ୍କ ପୀଠରେ ପୂଜାର୍ଚ୍ଚନା କରିଥିଲେ । ଆୟୋଜିତ ଉତ୍ସବକୁ ସରପଞ୍ଚ ସଂଗ୍ରାମ କେଶରୀ ଜେନା ଉଦ୍ଘାଟନ କରିଥିଲେ । ଅଧ୍ୟାପକ ପ୍ରଶାନ୍ତ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଟିଲୋ ସରପଞ୍ଚ ସଂଗ୍ରାମ କେଶରୀ ଜେନା, ଓଡଙ୍ଗ ସରପଞ୍ଚ ସୁଶାନ୍ତ କୁମାର ଦାସ, ସମାଜସେବୀ ଶ୍ୟାମ ସୁନ୍ଦର ଦାସ, ରମେଶ ଜେନା, ବାବାଜି ଚରଣ ଜେନା ଯୋଗ ଦେଇ ମା’ପୀଠର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ମନୋଜ ଜେନା, ପିତାମ୍ବର ଜେନା, ଦୋଳ ଗୋବିନ୍ଦ ଓଝା, ରତିକାନ୍ତ ଜେନା, ହେମନ୍ତ କୁମାର ବାରିକ, ଅଭିମନ୍ୟୁ ଜେନା, ପ୍ରହଲ୍ଲାଦ ଜେନା, ବିନୋଦ ସାହୁ, ସରୋଜ ଜେନା, ଶଶିକାନ୍ତ ଜେନା, କାହ୍ନୁ ଚରଣ ବେହେରା, ମହେନ୍ଦ୍ର ପଲେଇ, ସୁଶାନ୍ତ କୁମାର ଦାସ, ବୁଲୁ ବେହେରା, ପ୍ରଭାକର ଜେନା, ବିଜୟ ବାରିକ, ନାରାୟଣ ଜେନା, ବାବୁ ଜେନା, ନାଣ୍ଡୁ ସାହୁଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ । ପରେ ଭୁବନେଶ୍ୱରରୁ ଆସିଥିବା ଦିବ୍ୟାଙ୍ଗ ମାନଙ୍କ ଦ୍ୱାରା ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।