ମା’ଦକ୍ଷୀଣ କାଳୀ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସ୍ୱେଛାକୃତ ରକ୍ତଦାନ ଶିବିର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମରେ ଅବସ୍ଥିତ ମା’ ଦକ୍ଷୀଣକାଳୀ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ମା’ଙ୍କ ମନ୍ଦିର ସନ୍ନିକଟରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରେଡକ୍ରସ ରକ୍ତଭଣ୍ଡାରର କର୍ମଚାରୀମାନଙ୍କ ସହଯୋଗରେ ଅନୁଷ୍ଠିତ ଏହି ଶିବିରରେ ୫୧ୟୁନିଟ ରକ୍ତ ସଂଗୃହିତ ହୋଇଛି । ଏହି ଶିବିରକୁ ପୂର୍ବତନ ସରପଞ୍ଚ ପ୍ରସନ୍ନ କୁମାର ମଲିକ, ଶକ୍ତି ପ୍ରସାଦ ମହାନ୍ତି, ଟ୍ରଷ୍ଟର ସଭାପତି ଯୁଗୋଳ କିଶୋର ଦାସ, ସମ୍ପାଦକ ପ୍ରବୋଧ କୁମାର ଦାସ, ଅଲେଖ ପ୍ରସାଦ ଦାସ, ଶୁଭଙ୍କର ମହାନ୍ତି, ଶିବାନୀଶଙ୍କର ନାୟକ, ଅଧିକାରୀ ସ୍ୱାଗତରଞ୍ଜନ ଦାଶ, ପ୍ରଶାନ୍ତ ରାଉତ, ଶିବପ୍ରସାଦ ଦାସ, ବିମଳାକାନ୍ତ ଚୈାଧୁରୀ, ଅରବିନ୍ଦ ମହାନ୍ତି, ସୈାଭାଗ୍ୟରଞ୍ଜନ ଦାସ ପ୍ରମୁଖ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସଶ୍ମିତା ପଣ୍ଡା ପ୍ରମୁଖ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ