ମା’ଦୁର୍ଗାଙ୍କ ଭଷାଣୀ ଉତ୍ସବ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତଜନନୀ ମା’ଦୁର୍ଗାଙ୍କର ଭଷାଣୀ ଯାତ୍ରା ନାଉଗାଁ ବ୍ଲକ ଅନ୍ତର୍ଗତ ନାଉଗାଁ ବଜାର ଓ ଗଂଗଦାହାଟରେ ଧୁମଧାମରେ ପାଳିତ ହୋଇଯାଇଛି । ନାଉଗାଁ ବଜାର ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ ମା’ଦୁର୍ଗାଙ୍କ ମୃଣ୍ମୟ ମୃର୍ତିକୁ ମଣ୍ଡପ ନିକଟରୁ ବିରାଟ ଶୋଭାଯାତ୍ରାରେ ନିଆଯାଇ ବ୍ଲକଛକ, ନାଉଗାଁ ବଜାର ଆଦି ପରିକ୍ରମା କରାଯାଇଥିଲା । ପରେ ଗୋବରୀ ନଦୀର ମଣିକର୍ଣ୍ଣିକାଘାଟରେ ଜଗତଜନନୀ ମା’ଦୁର୍ଗାଙ୍କର ମୃଣ୍ମୟ ମୃର୍ତିକୁ ବିସର୍ଜନ କରାଯାଇଥିଲା । କମିଟିର ସଭାପତି ଅଶୋକ କୁମାର ମହାନ୍ତି, ସଂପାଦକ ଜଗନ୍ନାଥ ଦାସ, ଅଜୟ ମହାନ୍ତି, ନାରାୟଣ ନାୟକ, ଅଲେଖ ସାହୁ, ଶରତ ଚନ୍ଦ୍ର ଦାସ, ବିବେକାନନ୍ଦ ପରିଜାଙ୍କ ସମେତ ଅନ୍ୟ ସଦସ୍ୟମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସେହିପରି ଗଂଗଦାହାଟ ପୂଜା କମିଟି ପକ୍ଷରୁ ମା’ଦୁର୍ଗାଙ୍କର ମୃଣ୍ମୟ ମୃର୍ତିକୁ କୋରୁଅସ୍ଥିତ ଗୋବରୀନଦୀରେ ବିସର୍ଜନ କରାଯାଇଛି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ