ମାଧବାନନ୍ଦ ପୀଠ ର ଉନ୍ନତୀକରଣ ହେବ

ନିମାପଡ଼ା, (ସନ୍ତୋଷ ଦାଶ):ପ୍ରାଚୀ ଉପତ୍ୟକା ର ମାଧବ ଗ୍ରାମ ରେ ପୂଜା ପାଇ ଆସୁଛନ୍ତି ପ୍ରଭୁ ମାଧବାନନ୍ଦ ଜିୟୁ। ମାଧବ ମନ୍ଦିର ଶ୍ରୀ ଜଗନ୍ନାଥ ଙ୍କ ମାମୁଁଘର ବୋଲି ଲୋକକଥା ରହିଛି।ମାଧବ ମନ୍ଦିର ଟି ଦ୍ୱାଦଶ ଶତାବ୍ଦୀ ରେ ଗଜପତି ଦ୍ଵିତୀୟ ଅନଙ୍ଗଭିମ ଦେବ ଙ୍କ ଦ୍ଵାରା ନିର୍ମିତ ହେଇଥିବା ଗବେଷକ ମାନେ କୁହନ୍ତି। ଏହି ପୀଠ ର ଉନ୍ନତୀକରଣ ପାଇଁ ସରକାର ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି ସ୍ଥାନୀୟ ବିଧାୟକ ପ୍ରମୋଦ କୁମାର ମଲ୍ଲିକ। ଆଜି ବିଧାୟକ ଶ୍ରୀ ମଲ୍ଲିକ ଓ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ପ୍ରମୁଖ ପର୍ଯ୍ୟଟନ ବିଭାଗ ଅଧିକାରୀ ଙ୍କ ସହିତ ମାଧବ ମନ୍ଦିର ଗ୍ରସ୍ତ କରି ସ୍ଥାନୀୟ ଲୋକ ପ୍ରତିନିଧି, ଠାକୁର ଙ୍କ ସେବକ ମାନଙ୍କ ସହିତ ବିଭିନ୍ନ ପ୍ରସଙ୍ଗ ରେ ଆଲୋଚନା କରିଥିଲେ।ମନ୍ଦିର ରେ କି କି ଉନ୍ନୟନମୂଳକ କାର୍ଯ୍ୟ କରାଗଲେ ଭକ୍ତ, ସେବକ ମାନେ ଉପକୃତ ହୋଇପାରିବେ ସେ ବିଷୟରେ ସବିଶେଷ ଆଲୋଚନା ହୋଇଥିଲା। ପୁରୀ, କୋଣାର୍କ, କାକଟପୁର, ଅସ୍ତରଙ୍ଗ ପ୍ରଭୁତି ସ୍ଥାନ କୁ ପରିଭ୍ରମଣ ରେ ଆସୁଥିବା ଯାତ୍ରୀ, ଭକ୍ତ,ପର୍ଯ୍ୟଟକ ମାନେ କିପରି ଏଠାକୁ ଆସି ପ୍ରଭୁ ମାଧବ ଙ୍କୁ ଦର୍ଶନ କରିପାରିବେ, ମହାପ୍ରଭୂ ଶ୍ରୀ ଜଗନ୍ନାଥ ଙ୍କ ମାମୁଁ ଘର ସଂପର୍କ ରେ ଅବଗତ ହୋଇପାରିବେ ସେ ସମ୍ପର୍କ ରେ ଅନୁଧ୍ୟାନ କରି ପର୍ଯ୍ୟଟନ ବିଭାଗ ମନ୍ଦିର ଚତୁଃର୍ପାଶ୍ଵ ଉନ୍ନତୀକରଣ କାର୍ଯ୍ୟ କରିବ ବୋଲି ବିଧାୟକ କହିଛନ୍ତି। ମାଧବ ମନ୍ଦିର ସହିତ ସହିଦ ସ୍ମୃତି ଉଦ୍ୟାନ ର ବି ବିକାଶ
କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ