ମାଧବୀ ଚେର ସହ ଟାଟା ଏସି ଗାଡି ଜବତ

ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍): ବୁଗୁଡା ବନ ବିଭାଗ ପକ୍ଷରୁ ଶନିବାର ରାତ୍ର ପ୍ରାୟ ଦଶ ଘଣ୍ଟା ସମୟରେ ଚାରି କୁଇଣ୍ଟାଲ ମୂଲ୍ୟବାନ ମାଧବୀ ଚେର ସହ ଏକ ଟାଟା ଏସି ଗାଡି ଜବତ କରାଯାଇଛି।ବ୍ରହ୍ମପୁରର ଶିଶିର ପ୍ରଧାନ ଓଡ଼ି ୦୭କେ ୩୧୫୫ ଟାଟା ଏସି ଗାଡ଼ିରେ ବୁଗୁଡା ସେକ୍ସନ ଠନପଲ୍ଲୀ ଫରେଷ୍ଟ ବିଟରୁ ୧୨ଟି ବସ୍ତାରେ ପ୍ରାୟ ୪ କୁଇଣ୍ଟାଲ ମୂଲ୍ୟବାନ ମାଧବୀ ଚେର ସଂଗ୍ରହ କରି ଚୋରାରେ ନେବାକୁ ପ୍ରସ୍ତୁତ ହୋଇଥିଲେ।କୌଣସି ସୂତ୍ରରୁ ଖବରପାଇ ବୁଗୁଡା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରାଙ୍କ ନେତୃତ୍ୱରେ ବନପାଳ ସୁକାନ୍ତ କୁମାର ପଟ୍ଟନାୟକ, ବନରକ୍ଷୀ ରୀଙ୍କୁ ସେଠି ଓ ରତନ ମଳିକ ଘଟଣା ସ୍ଥଳରେ ପହଞ୍ଚି ମାଧବୀ ଚେର ସହ ଗାଡିକୁ ଜବତ କରି ଶିଶିର ପ୍ରଧାନକୁ ଗିରଫ କରିଥିଲେ। ଜବତ ମାଧବୀ ଚେରର ମୂଲ୍ୟ ପ୍ରାୟ ୫୦ ହଜାର ଟଙ୍କା ହେବ କୁହାଯାଇଛି।ଆଜି ଶିଶିରକୁ କୋର୍ଟ ଚାଲାଣ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ