ମାଧବ ମନ୍ଦିର ଠାରୁ ଶ୍ରୀକ୍ଷେତ୍ର ଗଲା ଅଣସର ଫଳ ଭାର
ନିମାପଡ଼ା,(ସନ୍ତୋଷ କୁମାର ଦାଶ): ସ୍ନାନ ପୂର୍ଣ୍ଣିମା ରେ ସ୍ନାନ କରି ପୁରୀ ଶ୍ରୀ ମନ୍ଦିର ର ଶ୍ରୀ ଜିଉ ମାନେ ଜ୍ୱର ରେ ପୀଡ଼ିତ ହୋଇ ପଡ଼ି ଅଣସର ଗୃହ ରେ ଦଇତାପତି ସେବକ ମାନଙ୍କ ଦ୍ବାରା ଗୁପ୍ତ ସେବା ପାଉଛନ୍ତି। ଏହି ସମୟରେ ଶ୍ରୀ ଜିଉ ମାନଙ୍କ ପାଖରେ କେବଳ ଫଳ ମୂଳ ଔଷଧ ଭୋଗ ଲାଗି ହେଉଛି। ସେ ଦୃଷ୍ଟି ରୁ ଶ୍ରୀ ଜିଉ ମାନଙ୍କ ମାମୁଁ ଘର ଭାବେ ପରିଚିତ ପ୍ରାଚୀ ଉପତ୍ୟକା ର ମାଧବ ମନ୍ଦିର ଠାରୁ ଶ୍ରୀ ଜିଉ ମାନଙ୍କ ପାଇଁ ଶ୍ରୀ କ୍ଷେତ୍ର କୁ ଆଜି ଫଳ ମୂଳ ଭାର ପ୍ରେରଣ କରା ଯାଇଛି। ପ୍ରାଚୀ ଉପତ୍ୟକା ଅଞ୍ଚଳ ର ଭକ୍ତ ମାନେ ନିଜ ନିଜ ବାଡ଼ି ରୁ ଆମ୍ବ, ପଣସ, ନଡିଆ, କଦଳୀ, କେନ୍ଦୁ, ଲେମ୍ବୁ, ସପୁରୀ, ତୁଳସୀ ପ୍ରଭୃତି ଫଳ ମୂଳ ସବୁ ଆଣି ପ୍ରାଚୀ କୁଳସ୍ଥ ମାଧବ ମନ୍ଦିର ଠାରେ ଠୁଳ କରି ଥିଲେ। ଫଳ ,ମୂଳ, ତୁଳସୀ ସବୁ କୁ ମାଧବ ମନ୍ଦିର ସେବକ ମାନେ ଏକ ମିନି ଟ୍ରକ ଗାଡ଼ି ରେ ଠୁଳ କରିବା ପରେ ହରିବୋଲ, ହୁଳହୁଳି ପକାଇ, ସଂକୀର୍ତ୍ତନ କରି,ଜୟ ଜଗନ୍ନାଥ ଧ୍ଵନୀ ଦେଇ ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ପଠା ଯାଇଥିଲା। ମାଧବ ମନ୍ଦିର ର ବେହେରା ସେବକ ମାନେ
ଫଳ ମୂଳ ତୁଳସୀ ଭରା ଗାଡ଼ି ରେ ପୁରୀ ଶ୍ରୀ କ୍ଷେତ୍ର ଯାଇଛନ୍ତି। ମାଧବ ମନ୍ଦିର ସେବକ ତ୍ରିଲୋଚନ ପୁଷ୍ପାଳକ ଓ ଜଗନ୍ନାଥ ପ୍ରେମୀ ନ୍ୟାୟବ୍ରତ ରାଉତ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ
ଫଳ ମୂଳ ତୁଳସୀ ସବୁ ସଂଗୃହିତ ହୋଇ ଥିଲା।