ମାଧୁରୀଙ୍କ ଭାଗ୍ୟ ବଦଳାଇଥିଲା “ତେଜାବ’
ଅଭିନେତା ଅନୀଲ କପୁର ଏବଂ ମାଧୁରୀ ଦୀକ୍ଷିତ ଅନେକ ସଫଳ ସିନେମାରେ ଏକତ୍ର କାମ କରିଛନ୍ତି । ଏମିତି ଏକ ସଫଳ ସିନେମା ହେଲା “ତେଜାବ’ । ଏହି ଫିଲ୍ମ ପରେ ମାଧୁରୀଙ୍କୁ ଷ୍ଟାରଡମ୍ ମିଳିଥିଲା । ଲାକେ ତାଙ୍କୁ ମାଧୁରୀ ପରିବର୍ତ୍ତେ ମୋହିନୀ ନାମରେ ଡାକିବା ଆରମ୍ଭ କରିଦେଇଥିଲେ । “ତେଜାବ’ ରିଲିଜ୍ ହେବା ଇତିମଧ୍ୟରେ ୩୧ ବର୍ଷ ପୂରଣ କରିଛି । ଏହି ଅବସରରେ ଜାଣିବା ଫିଲ୍ମ ସହ ଜଡିତ କିଛି ଅଜଣା କଥା । ଫିଲ୍ମ “ତେଜାବ’ ରିଲିଜ୍ ହେବା ପରେ ଏହା ସେହି ବର୍ଷର ବ୍ଲକ ବଷ୍ଟର ଫିଲ୍ମ ହୋଇଥିଲା । ଏହାର ଏକ ଗୀତ “ଏକ୍ ଦୋ ତିନି ‘ ସୁପରହିଟ୍ ହୋଇଥିଲା । ଆଜି ମଧ୍ୟ ଏହି ଗୀତକୁ ଦର୍ଶକ ମନେରଖିଛନ୍ତି । ଏହାର ରିମେକ୍ ମଧ୍ୟ ହୋଇସାରିଛି । “ତେଜାବ’ ରିଲିଜ୍ ପରେ ମାଧୁରୀ ଦୀକ୍ଷିତ-ଅନୀଲ କପୁରଙ୍କୁ ସୁପରଷ୍ଟାର ଯୋଡ଼ି ବୋଲି କୁହାଗଲା । ଏହି ଫିଲ୍ମ ପାଇଁ ପ୍ରଯୋଜକଙ୍କ ପ୍ରଥମ ପସନ୍ଦ ମାଧୁରୀ ନୁହେଁ ବରଂ ମୀନାକ୍ଷୀ ଶେଷାଦ୍ରୀ ଥିଲେ । ମାତ୍ର ଫିସ୍ ଏବଂ ସମୟ ଅଭାବରୁ ମୀନାକ୍ଷୀ ଏଥିରେ କାମ କରିବାକୁ ମନା କରିଥିଲେ ।


