ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଗଜପତି ଜିଲ୍ଲା ଗ୍ରସ୍ତ

ପାରହଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :ଓଡିଶା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରଘୁରାମ ଆୟାର୍ ଗଜପତି ଜିଲ୍ଲା ଗ୍ରସ୍ତରେ ଆସିଥିବାର ଜଣାପଡିଛି । ରଘୁରାମ ଆୟାର୍ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗଙ୍କ ସହ ଗୁରାଣ୍ଡି ସ୍ଥିତ ଶ୍ରୀକୃଷ୍ଣ ଚନ୍ଦ୍ର ଗଜପତି ଉଚ୍ଚ ବିଦ୍ୟାଳୟ, ଦେଉଳା ସରକାରୀ ଉଚ୍ଚ ବିଦ୍ୟାଳୟ, ଲିଙ୍ଗିପୁର ଓଡିଶା ଆଦର୍ଶ ବିଦ୍ୟାଳୟ, ଗଣ୍ଡାହାତୀ ସରକାରୀ ଉଚ୍ଚ ବିଦ୍ୟାଳୟ, ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିବା ସହ ପ୍ରଧାନ ଶିକ୍ଷକ, ଶିକ୍ଷକଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ମାନଙ୍କ ସହିତ ପାଠପଢା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନ ।କରିଥିଲେ । ତତ୍ ସହିତ ସରକାରଙ୍କ ୫ଟି ଯୋଜନାରେ ଅନ୍ତର୍ଭୁକ୍ତ ଦୁଇଟି ବିଦ୍ୟାଳୟର ବିଭିନ୍ନ ମାନଦଣ୍ଡର କାର୍ଯ ତଦାରଖ କରିବା ସହ ଉନ୍ନତି ମୂଳକ ପରାମର୍ଶ ପ୍ରଦାନ କରିଥିଲେ । ଅପରାହ୍ନରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କର୍ମଚାରୀ ଏବଂ ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନଙ୍କ ସହିତ ଏକ ସମୀକ୍ଷା ବୈଠକ କରି ଜିଲ୍ଲାରେ ସରାକଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟାକାରୀ ଏବଂ ସରକାରଙ୍କ ୫ଟି ବିଷୟରେ ଆଲୋଚନା କରି ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ସମ୍ପାଦନ କରିବା ନିମନ୍ତେ ଉଚିତ ପରାମର୍ଶ ପ୍ରଦାନ କରିଥିଲେ । ବୈଠକରେ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ ସ୍ୱାଗତ ଭାଷଣ ଦେବା ସହ ଜିଲ୍ଲାର କାର୍ଯ୍ୟକ୍ରମ ବିଷୟରେ ଅବଗତ କରାଇଥିଲେ । ଉକ୍ତ ସମୀକ୍ଷା ବୈଠକରେ ଜିଲ୍ଲାର କାର୍ଯ୍ୟରତ ସମସ୍ତ ସରାକରୀ କର୍ମଚାରୀ ଓ ପ୍ରଧାନଶିକ୍ଷକ ସହଯୋଗ କରିଥିଲେ । ଶେଷରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମନୋରଞ୍ଜନ ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ