ମାନବବାଦୀ ସ୍ୱାଧୀନ ଗଣତାନ୍ତ୍ରିକ ସାମ୍ମୁଖ୍ୟର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ମାନବବାଦୀ ସ୍ୱାଧୀନ ଗଣତାନ୍ତ୍ରିକ ସାମ୍ମୁଖ୍ୟର ପ୍ରତିଷ୍ଠା ଅଧିବେଶନ ଭୁବନେଶ୍ୱରସ୍ଥିତ ରେଡ଼କ୍ରସ ଭବନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୨ଜଣ ସଦସ୍ୟ ଉପସ୍ଥିତ ରହି ସାମ୍ମୁଖ୍ୟର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ । ରାଜନାରାୟଣ ତ୍ରିପାଠୀ ଦେଶର ଅତୀତ ଅର୍ଥନୀତି ଓ ରାଜନୀତିର ଲିଖନ ଓ ପ୍ରସାର, ଶରତ କୁମାର ମିଶ୍ର ଏକକ ପରିଚୟ ପତ୍ର, ପିତବାସ ଦାସ ଦୁର୍ନୀତି ନିୟନ୍ତ୍ରଣ, ମନୋଜ କୁମାର ମିଶ୍ର ସାମ୍ମୁଖ୍ୟର ଲକ୍ଷ୍ୟ ଓ ଉପାୟ ଆଲେଖ୍ୟ, ପୁରୁଷୋତ୍ତମ ଦାସ ସଦସ୍ୟ ବୃଦ୍ଧି, ବାସୁଦେବ ଛାଟୋଇ ଛାତ୍ର ଜୀବନରେ ନୈତିକ ଶିକ୍ଷା, ପ୍ରେମଲତା ଦାସ ନିୟମିତ ବୈଠକ ଉପରେ ଗୁରୁତ୍ୱ ଦେବା ପାଇଁ ମତ ରଖିଥିଲେ । ପ୍ରଦ୍ୟୁମ୍ନ କୁମାର ଦାସ ଭୋଟ କିଣା ବିକା ଦୁର୍ନୀତିର ମୂଳ କାରଣ ବୋଲି ଆରୋପ କରିଥିଲେ । ବିଜୟ କୁମାର ବଳ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବାବୁମାନଙ୍କ କାର୍ଯ୍ୟଶୈଳୀ କିପରି ସରକାରୀ ଉଦ୍ୟୋଗର କ୍ଷତି ଓ ବେସରକାରୀ ଉଦ୍ୟୋଗର ଲାଭ କରୁଛି, ତାହା ଅବତାରଣା କରିଥିଲେ । ନିର୍ମଳ ଚନ୍ଦ୍ର ଦାସ ସ୍ୱସମ୍ପତ୍ତି ପରପିଢିକୁ ହସ୍ତାନ୍ତର ନକରି ସରକାରୀକରଣ କରିଲେ ଦୁର୍ନୀତି ଦୂର ହେବ ବୋଲି ମତ ରଖିଥିଲେ । ପ୍ରାରମ୍ଭରେ ଆବାହକ ଉମାଚରଣ ମିଶ୍ର ସାମ୍ମୁଖ୍ୟର ଲକ୍ଷ୍ୟ ଓ ଉପାୟ ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ପରିଶେଷରେ ସମ୍ପାଦକ ଅମୀର ପ୍ରସାଦ ସାହୁ ସମସ୍ତଙ୍କୁ ସାଧୁବାଦ ଜଣାଇ ଧନ୍ୟବାଦ ଅର୍ପଣ ସହ ବୈଠକ ସାଙ୍ଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ