ମାନବିକତା ଆଗରେ ତୁଛ ହେଲା ଅର୍ଥ ସୁନା ଅଳଙ୍କାର ବ୍ୟାଗ ଫେରାଇଲେ ଅଟୋଚାଳକ

ଗଞ୍ଜାମ, (ବିନୋଦ ପଲାଇ):ମାନବିକତା ଆଗରେ ତୁଛ ପାଲଟୀଲା ଅର୍ଥ l ସୁନା ଓ ଅଳଙ୍କାର ଥିବା ଏକ ବ୍ୟାଗକୁ ମାଲିକକୁ ଫେରାଇ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ଅଟୋଚାଳକ l ଏହି ଭଳିଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ସହରରେ lଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତଳା ଗ୍ରାମରବାସିନ୍ଦା ନିରଞ୍ଜନ ତରେଇ ଜଣେ ଅଟୋଚଳକ ହୋଇଥିବା ବେଳେ ନିଶା ସମାଜସେବା l ପ୍ରତିଦିନ ଭଳି ଆଜି ନିରଞ୍ଜନ ନିଜର ଅଟୋ ( ଓଡି୦୭ ଆର୦୦ 48) ରେ କିଛି ମହିଳାଯାତ୍ରୀଙ୍କୁ ନେଇ ପୁରୁଣାବନ୍ଧ ଗ୍ରାମରେ ଛାଡି ଗଞ୍ଜାମ ଫେରିଥିଲେ l ସିଟ୍‌ପଛପଟେ ଏକ ବ୍ୟାଗର ଦେଖିଲା ବେଳକୁ ବ୍ୟାଗରେ ସୁନାଅଳଙ୍କାର ଓ ନଗଦ ଟଙ୍କା ଥିବାର ଦେଖିଥିଲେ l ସଙ୍ଗେ ସଙ୍ଗେ ଏନେଇ ସେ ଗଞ୍ଜାମ ଥାନାରେ ଜଣାଇବା ସହ ସୋସିଆଲ ମିଡ଼ିଆର ସାହାରା ନେଇଥିଲେ, ପ୍ରମାଣ ଦେଖାଇ ବ୍ୟାଗ ନେଇଯିବାକୁ l ଅନ୍ୟପଟେ ଜୈନିକ ମହିଳା ଯାତ୍ରୀ ହଜିଥିବା ବ୍ୟାଗ ନେଇ ଖୋଜାଖୋଜି କରୁଥିବା ବେଳେ ଯୁବ ସମାଜସେଵୀ ସଞ୍ଜୟ ସ୍ୱାଇଁ ଜାଣିବାକୁ ପାଇଥିଲେ l ସୋସିଆଲ ମିଡିଆରେ ପୋଷ୍ଟ ଦେଖି ନିରଞ୍ଜନଙ୍କୁ ଯୋଗାଯୋଗ କରିଥିଲେ l ପରେ ଗଞ୍ଜାମ ଥାନାରେ ଥାନା ଏଏସ୍ଆଇ ସୁପ୍ରଭା ସାହୁ ଙ୍କ ଉପସ୍ଥିତିରେ ମହିଳାଯାତ୍ରୀ ଜଣଙ୍କ ନିଜର ପ୍ରମାଣ ଦେଖାଇବା ପରେ ଛାଡ଼ି ଯାଇଥିବା ଅଳଙ୍କାର ଓ ଟଙ୍କା ‘ଙ୍କା ବ୍ୟାଗ ଫେରସ୍ତ କରିଥିଲେ ଅଟୋ ଡ୍ରାଇଭର ନିରଞ୍ଜନ l ଯାହାକୁ ନେଇ ବିଭିନ୍ନ ମହଲରେ ପ୍ରଶଂସାର ସୁଅ ଚୁଟିବାରେ ଲାଗିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ