ମାନବିକତା ଦେଖାଇଲେ ଦୁଇ ରାଜନେତା ଓ ଯୁବ ସାମ୍ବାଦିକ
ଛତ୍ରପୁର (ଓ୍ବାଇଏନ୍ଏସ୍) : ଜାତୀୟ ରାଜପଥରେ ଜଣେ ସ୍ୱଳ୍ପ ଦୃଷ୍ଟିବାଧିତ ବ୍ୟକ୍ତିଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ମାନବିକତା ଦେଖାଇଲେ ଦୁଇ ରାଜନେତା । ଘଟଣାରୁ ଜଣାପଡ଼ିଛି ଯେ ଛତ୍ରପୁର ସତ୍ୟବାଦୀନଗର ସମ୍ମୁଖ ଜାତୀୟ ରାଜପଥ କଡ଼ରେ ଚମାଖଣ୍ଡିର ଏସ.ମାଧବ ରେଡ୍ଡି (୪୨) ନାମକ ସ୍ୱଳ୍ପ ଦୃଷ୍ଟିବାଧିତ ଯୁବକ ଅଚେତ ଅବସ୍ଥାରେ ପଡ଼ିଥିବାବେଳେ ବିଜେପି ଯୁବମୋର୍ଚ୍ଚାର ଜିଲ୍ଲା ଉପସଭାପତି ରଘୁନାଥ ରେଡ୍ଡି ଏହା ଦେଖି ଜାତୀୟ ରାଜପଥ କଡ଼ରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ ଡାକି ଅଚେତ ଅବସ୍ଥାରେ ପଡ଼ିଥିବା ମାଧବଙ୍କୁ ଉଦ୍ଧାର କରିବା ସହ ୧୦୮ ଆମ୍ବୁଲାନ୍ସ ଯୋଗେ ଛତ୍ରପୁର ମେଡିକାଲକୁ ଚିକିତ୍ସା ନିମନ୍ତେ ପଠାଇଥିଲେ । ଏହି କାର୍ଯ୍ୟରେ ସମ୍ପୂର୍ଣ୍ଣ ମାତ୍ରାରେ ଅନ୍ୟ ଜଣେ ବିଜେପି ନେତା ଲିଙ୍ଗରାଜ ବେହେରା ଏବଂ ବରିଷ୍ଠ କଂଗ୍ରେସ ନେତା ତଥା ସମାଜସେବୀ ଭାଗିରଥୀ ବେହେରା ଓ ଛତ୍ରପୁରର ଯୁବ ସାମ୍ବାଦିକ ପ୍ରଶାନ୍ତ କୁମାର ମହାରଣା ସହଯୋଗରେ ମାଧବଙ୍କ ଚିକିତ୍ସା କରାଯାଇଥିଲା । ମେଡିକାଲରେ ଉପସ୍ଥିତ ଥିବା ଡାକ୍ତର ଓ କର୍ମଚାରୀମାନେ ତତକ୍ଷଣାତ ମାଧବଙ୍କ ଚିକିତ୍ସା କରିଛନ୍ତି ।