ମାନବ ଅଧିକାର ଦିବସ ପାଳିତ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌) : ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଂସାର ଏବଂ ଦଳିତ ସହାୟକ ପ୍ରତିଷ୍ଠାନର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ବିଜୁପଟ୍ଟନାୟକ ଛକ ଠାରେ ଭାରତୀୟ ମାନବଅଧିକାର ସଚେତନତା ସଂସ୍ଥା ସଦସ୍ୟ ତଥା ସଂସାର ସମ୍ପାଦକ ରମେଶ ସାହୁଙ୍କ ଅଧ୍ୟକ୍ଷତାରେ ମାନବ ଅଧିକାରୀ ଦିବସ ପାଳିତ ହୋଇଯାଇଛି । ଏଥିରେ ବରିଷ୍ଠ ଆଇନଜିବୀ ଆଦିତ୍ୟ ନାୟକ, ଲିଙ୍ଗରାଜ ନାୟକ, ସିମାଞ୍ଚଳ ଆଚାର୍ଯ୍ୟ, ଦଳିତ ସହାୟକ ପ୍ରତିଷ୍ଠାନର କାଳୁଚରଣ ନାୟକ, ଜଗନ୍ନାଥ ଦାସ, ରୀନା ନାୟକ ଓ ସଂଗୀତା ଦାସ ପ୍ରମୁଖ ଯୋଗଦେଇ ଏହି ଦିବସ ଉପରେ ବକ୍ତବ୍ୟ ରଖିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ