ମାନବ ଅଧିକାର ସୁରକ୍ଷା ମଂଚ ପକ୍ଷରୁ ୧୦୨ତମ ଘଣ୍ଟ ଯାତ୍ରା
ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ବ୍ରହ୍ମପୁର ମାନବ ଅଧିକାର ସୁରକ୍ଷା ମଂଚ ପକ୍ଷରୁ ୧୦୨ତମ ଘଣ୍ଟ ଯାତ୍ରା ସହ ଅନୁଷ୍ଠିତ ହୋଇଯାଇଛି । ସୋମବାର ସି.ବି.ଏସ.ଇ ଫି ବୃଦ୍ଧି ବନ୍ଦ କରିବା ସହ ଶିକ୍ଷା କୁ ସାର୍ବଜନୀନ କରିବା ପାଇଁ ସମସ୍ତ ପ୍ରକାର ଫି ଛାଡ କରିବା ଦାବୀ ନେଇ ଗଣ ବିକ୍ଷୋଭ କରାଯାଇଥିଲା । ଶିକ୍ଷା ଆଇନକୁ ମଧ୍ୟ କଡାକଡି କରାଯିବାକୁ ଦାବୀ କରାଯିବା ସହ ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଉପଜିଲ୍ଲାପାଳ ଙ୍କ ଜରିଆ ରେ ସଂଗଠନ ର କର୍ମକର୍ତ୍ତା ମାନେ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅବନୀ ଗୟା, ଶ୍ୟାମ ସୁନ୍ଦର ଖାଡଙ୍ଗା, ଗୁରୁ ପ୍ରସାଦ ପାତ୍ର , ମାଗୁଣି ନାହାକ, ଶଙ୍କର ସାହୁ, ନନ୍ଦେଶୁ ସେନାପତି ପ୍ରମୁଖ ଯୋଗଦେଇଥିଲେ ।