ମାନବ ଅଧିକାର ସୁରକ୍ଷା ମଂଚ ପକ୍ଷରୁ ୧୧୧ତମ ଘଂଟ ଯାତ୍ରା ଓ ଗଣ ବିକ୍ଷୋଭ

ଛତ୍ରପୁର : ମାନବ ଅଧିକାର ସୁରକ୍ଷା ମଂଚର ଛତ୍ରପୁର ସବ୍ ଡିଭିଜନ କମିଟି ପକ୍ଷରୁ ସ୍ଥାନୀୟ ମେଡ଼ିକାଲ ସମସ୍ୟା, ପାନୀୟ ଜଳର ଅଭାବ, ମୋନାଜାଇଟ୍ ପ୍ଲାଂଟ୍ ର ବିକିରଣ, ସମୁଦ୍ର ଉପକୂଳ ମଧୂର ଜଳସ୍ରୋତ, ତାମ୍ପରା ଗ୍ରାମ୍ୟ ଜଙ୍ଗଲ ଆଦି ଆଇଆରଇଏଲ ଦ୍ୱାରା ବିପଦଗ୍ରସ୍ତ ଆଦି ଗୁରୁତର ସମସ୍ୟାର ସମାଧାନ ନେଇ ୧୧୧ତମ ଘଂଟ ଯାତ୍ରା ଓ ଗଣବିକ୍ଷୋଭ ଅନୁଷ୍ଠିତ ହୋଇଥିଲା । ସୋମବାର ସ୍ଥାନୀୟ ଲୋୟର ବସଷ୍ଟାଂଣ୍ଡ୍ ଠାରୁ ସୁରକ୍ଷା ମଂଚ ପକ୍ଷରୁ ୫ ଦଫା ଦାବି ନେଇ ହାତରେ ଘଂଟ ବଜାଇ ଏକ ଶୋଭାଯାତ୍ରାରେ ଛତ୍ରପୁର ସହର ପରିକ୍ରମା କରି ସ୍ଥାନୀୟ ଡ଼ିଆରଡ଼ିଏ କାର୍ଯ୍ୟାଳୟ ପରିସରକୁ ପହଂଚିଥିଲେ । ସେଠାରେ ଗଣବିକ୍ଷୋଭ କରିବା ସହ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କୁ ଏକ ଲିଖିତ ସ୍ମାରକପତ୍ର ପ୍ରଦାନ କରିଥିଲେ । ଏହି ସ୍ମାରକପତ୍ରରେ ଦର୍ଶାଇଛନ୍ତି ଯେ ଛତ୍ରପୁର ମେଡ଼ିକାଲରେ ସମସ୍ତ ଡ଼ାକ୍ତର ପଦବି ପୂରଣ କରିବା ସହ ନିରାମୟରେ ସମସ୍ତ ଔଷଧ ପ୍ରଦାନ, ରୋଗୀଙ୍କ ପାଇଁ ଉତମ ଖାଦ୍ୟ ଯୋଗାଣ, ମଶାରୀ ଯୋଗାଣ, ରୋଗୀଙ୍କ ସଂପର୍କିୟଙ୍କ ପାଇଁ ଆଶ୍ରୟ ସ୍ଥଳୀ, ଗର୍ଭବତୀ ମହିଳା ମାନଙ୍କ ନିମନ୍ତେ ସ୍ୱତନ୍ତ୍ର ପ୍ରଶବ ଗୃହ ନିର୍ମାଣ ଓ ବୃଦ୍ଧି ପାଇଥିବା କିଡନି ରୋଗୀଙ୍କ ନିମନ୍ତେ ଡ଼ାଏଲେସିସ୍ ୟୁନିଟ୍ ସ୍ଥାପନ କରିବା, ଛତ୍ରପୁର ଠାରେ ଦୀର୍ଘ ଦିନର ପ୍ରସ୍ତାବିତ କେନ୍ଦ୍ରୀୟ ବିଦ୍ୟାଳୟ ତୁରନ୍ତ କାର୍ଯ୍ୟକାରୀ କରିବା, ସମୁଦ୍ର କୁଳର ମଧୁର ଜଳଉତ୍ସ- ତାମ୍ପରା (ଗ୍ରାମ୍ୟ ଜଙ୍ଗଲ ଆଦି ପ୍ରାକୃତିକ ସମ୍ପଦକ ତଥା ଅଂଚଳବାସୀ ହତାଦାର ଓ ଦଖଲକାରୀଙ୍କୁ ଜମି ଫେରାଇବା ,କ୍ଷତିପୂରଣ, ଥଇଥାନ, ନିଯୁକ୍ତି ପ୍ରଦାନ କରିବା, ୧୯୯୯ ମସିହା ମହାବାତ୍ୟାରେ ଆର୍ଜିପଲ୍ଲୀ ପଂଚାୟତର କତୁରୁ ଠାରେ ଦିଆଯାଇଥିବା ବେଲ୍ କମ୍ପାନୀ ପକ୍ଷରୁ ୫୭୦ ଘରର ପଟ୍ଟା ପ୍ରଦାନ ଓ ମରାମତି କରିବା ଏବଂ ଋଷିକୁଲ୍ୟା ପାନୀୟ ଜଳ ଯୋଗାଣ କରିବା, ଏହା ସହିତ ମତ୍ସ୍ୟଜୀବୀଙ୍କ ଡ଼ଙ୍ଗାଜାଲ ରଖିବା ପାଇଁ ଆର୍ଜିପଲ୍ଲୀ ଠାରେ ଜେଟି ନିର୍ମାଣ କରାଯାଉ ଆଦି ଦାବି କରିଥିଲେ । ଏହି ସ୍ମାରକପତ୍ର ପ୍ରଦାନ ବେଳେ ସୁରକ୍ଷା ମଂଚର ସଭାପତି ଗୁରୁଦେବ ବେହେରା, ଏମ. ଜଙ୍ଗମାୟା, ଇନ୍ଦୁ ନାୟକ, ଇଜୁ ଅମିନ୍ ଖାନ୍ ସମେତ ଶତାଧିକ ମହିଳା ପୁରୁଷ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ