ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ୯୫ତମ ଘଣ୍ଟଯାତ୍ରା

ବ୍ରହ୍ମପୁର (ଯୁଗାଦ୍ଦ ନ୍ୟୁଜ) ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ୯୫ତମ ଘଣ୍ଟ
ଯାତ୍ରା ଅନୁଷ୍ଠିତ ହୋଇଯାଇଠି ।

୯୫ତମ ଘଣ୍ଟଯାତ୍ରା ର ପ୍ରମୁଖ ଦାବି :

୧)ଏମକେସିଜି ମେଡିକାଲ ରେ ଦୁଇଟି ଡାଇଲିସିସ ମେସିନ ରୁ ଗୋଟିଏ ଗତ ଶନିବାର ଠାରୁ ଖରାପ ହୋଇଥିବାରୁ ରୋଗୀ ମାନେ ନାନା ଅସୁବିଧା ର ଶିକାର ହେଉଛନ୍ତି । ଏଣୁ ଅତିକମରେ ୧୦ଟି ଡାଇଲିସିସ ମେସିନ ଏଠାରେ ନିହାତି ଭାବେ ଆବଶ୍ୟକ ରହିଛି ।
୨)ଶହ ଶହ ସଂଖ୍ୟା ରେ ରୋଗୀ ଡାଇଲିସିସ ପାଇଁ ଆସୁଥିବା ବେଳେ ମାତ୍ର ଚକ୍ଷରି ପାଞ୍ଚ ଘଣ୍ଟା ଉକ୍ତ ବିଭାଗ ଖୋଲାଯାଉଛି, ଯାହା ନିଦାନ ଯୋଜନା କୁ ମଧ୍ୟ ଭଙ୍ଗ କରୁଛି କ୍ଷ ଏଣୁ ଡାଇଲିସିସ ବିଭାଗ କୁ ପୂର୍ଣ୍ଣ କାର‌୍ୟ୍ୟକ୍ଷମ ପାଇଁ ୨୪ଘଣ୍ଟା କାର‌୍ୟ୍ୟକାରୀ କରାଯାଉ ।
୩) ତିନି ଜଣ ନେଫ୍ରୋଲୋଜିଷ୍ଟ ଓ ଟେକନିସିଆନ ଙ୍କୁ ନିଯୁକ୍ତି ଦେଲେ ଏହି ବିଭାଗ ପୂର୍ଣ୍ଣ କାର‌୍ୟ୍ୟକାରୀ ହୋଇପାରିବ ।
୪)ଦିନକୁ ଦିନ ବର୍ଦ୍ଧିତ କିଡ଼ନୀ ରୋଗୀ ସଂଖ୍ୟା କୁ ଦୃଷ୍ଟି ଦେଲେ ବ୍ରହ୍ମପୁର ମହାନଗର ଚିକିତ୍ସାଳୟ ଠାରେ ମଧ୍ୟ ନୂତନ ଭାବେ ଡାଇଲିସିସ ବିଭାଗ ଖୋଲିବା ନିହାତି ଆବଶ୍ୟକ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ