ମାନବ ଅଧିକାର ସୁରକ୍ଷା ମଞ୍ଚର ବିକ୍ଷୋଭ

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ରାଜ୍ୟ ସରକାର ମୋ ସରକାର ପରି ଅନେକ ଯୋଜନା ପ୍ରଣୟନ କରିଥିବାବେଳେ ସେଗୁଡିକ ସଠିକ କାର୍ଯ୍ୟକାରୀ ହୋଇପାରୁନାହିଁ । ତେଣୁ ଉକ୍ତ ଯୋଜନାର ସଠିକ କାର୍ଯ୍ୟକାରୀ ଦାବୀ ନେଇ ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ୧୦୬ତମ ଗଣ-ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଏମକେସିଜି ମେଡିକାଲର ଚକ୍ଷୁ ବିଭାଗରେ ଆସୋସିଏଟ ପ୍ରଫେସର ଅଡା. ଆସୁତୋଷ ସ୍ୱାଇଁ ଦୀର୍ଘ ୩ବର୍ଷ ହେବ ଡେପୁଟେସନ ନାଁରେ ଅନୁପସ୍ଥିତ ରହିବା ସହ ବ୍ରହ୍ମପୁରରେ ଭଡାଘରେ ରହୁଥିବା ଦର୍ଶାଇ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ବିଷୟ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଥିଲେ ସୁଦ୍ଧା ଅନୁପସ୍ଥିତ ରହୁଥିବା ଅସାଧୁ ଡାକ୍ତରଙ୍କ ପାଇଁ ମୋ ସରକାର ଯୋଜନା ପଙ୍ଗୁ ସଦୃଶ । ସେହିପରି ନିରାମୟରେ ସମସ୍ତ ଓଷଧ ଉପଲବ୍ଧି କରାଇବା ସହ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ବିଭାଗ ଖୋଲିବା ଆଦି ଦାବି ନେଇ ମାନବ ଅଧିକାର ମଞ୍ଚ ପକ୍ଷରୁ ବିକ୍ଷୋଭ କରାଯାଇଥିଲା । ଏହି ଗଣବିକ୍ଷୋଭରେ ଅଧିକାର ସୁରକ୍ଷା ମଞ୍ଚର ସଂଜୋଜକ ଅବନୀ ଗୟା, ପ୍ରଫୁଲ୍ଲ କୁମାର ପଶୁପାଳକ, ଡମ୍ବୁରୁ ଧର ସାହୁ, ଶଙ୍କର ସାହୁ, ଗୁରୁଦେବ ବେହେରା, ମାଗୁଣି ନାହାକ , ହୃଷିକେଶ ପାତ୍ର, ବଂଶୀଧର ଭୂୟାଁ , ଗଗନ ଚନ୍ଦ୍ର ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ