ମାନବ ଅଧିକାର ସୁରକ୍ଷା ମଞ୍ଚ ର ନୂତନ କର୍ମକର୍ତ୍ତା କମିଟି ଗଠନ
ବ୍ରହ୍ମପୁର, (ଅନିଲ କୁମାର):ଜିଲ୍ଲାର ଅଗ୍ରଣୀ ଲଢୁଆ ସଂଗଠନ ମାନବ ଅଧିକାର ସୁରକ୍ଷା ମଞ୍ଚ ର ନୂତନ କର୍ମକର୍ତ୍ତା କମିଟି ଗଠନ ହୋଇଯାଇଛି l ଆବାହକ ଆଇନଜୀବୀ ଅବନୀ ଗୟାଙ୍କ ଅଧ୍ୟକ୍ଷତାରେ ଏହି ନୂତନ କମିଟି ଗଠନ ହୋଇଥିବା ବେଳେ ସଭାପତି ଭାବେ ଗଗନ ଚନ୍ଦ୍ର ମଲ୍ଲିକ, ଉପସଭାପତି ବିରେନ କୁମାର ବେହେରା, ସାଧାରଣ ସମ୍ପାଦକ ସୁବାଷ ଚନ୍ଦ୍ର ମିଶ୍ର, ସହ ସମ୍ପାଦକ ଭାବେ ବିଜୟ ଚନ୍ଦ୍ର ବିଶୋଇ ଓ ଏସ. କେଶବ ଲିଙ୍ଗମ ମନୋନୀତ ହୋଇଛନ୍ତି l ପୂର୍ବ ଭଳି ଏସ.ସlମ୍ବଶିବା ରାଓ ଙ୍କୁ କୋଷାଧକ୍ଷ ଭାବେ ଚୟନ କରାଯାଇଛି l ବଂଶୀଧର ଭୂୟାଁ, ମାଗୁଣି ନାହାକ ଓ ଶ୍ୟାମ ସୁନ୍ଦର ଖାଡ଼ଙ୍ଗା ଙ୍କୁ ନେଇ ଉପଦେଷ୍ଟା ମଣ୍ଡଳୀ ଗଠନ ହୋଇଥିବାବେଳେ ସାଙ୍ଗଠନିକ ସମ୍ପାଦକ ଭାବେ ମନୋଜ କୁମାର ତରାଇ,ହୃଷିକେଶ ପାତ୍ର ଓ କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ସମାଜସେବୀ ସଞ୍ଜୟ ମାଝୀ,କବିରାଜ ସାହୁ, ରାମଚନ୍ଦ୍ର ସାହାଣୀ, ରମେଶ ଚନ୍ଦ୍ର ବେହେରା,ବୃନ୍ଦାବନ ପରିଡା ଓ ଯୁବନେତା ନିରଞ୍ଜନ ସାହୁଙ୍କୁ ମନୋନୀତ କରାଯାଇଛି l ଆଜି ସମସ୍ତ ନୂତନ କର୍ମକର୍ତ୍ତା ଦେଶର ସମ୍ବିଧାନକୁ ସାକ୍ଷୀ ରଖି ନିଜ ନିଜ ଦାୟିତ୍ୱ ସୁଚାରୁ ରୂପେ ପାଳନ କରିବେ ବୋଲି ଶପଥ ପାଠ କରିଥିଲେ l ଶିକ୍ଷା, ସ୍ୱାସ୍ଥ୍ୟ ଭଳି ସମସ୍ତ ଜରୁରୀ ବିଭାଗରେ ଦେଖାଯାଉଥିବା ମୌଳିକ ସମସ୍ୟାର ସମାଧାନ ପାଇଁ ସବୁଦିନ ଭଳି ମାନବ ଅଧିକାର ସୁରକ୍ଷା ମଞ୍ଚ ଲଢେଇ କରିବ ବୋଲି ସମସ୍ତ ସଦସ୍ୟ ଆଜି ଦୃଢୋକ୍ତି ପ୍ରକାଶ କରିଛନ୍ତି l


