ମାନବ ସମ୍ବଳ ଦ୍ୱାରା ଦେଶର ଆର୍ଥିକ ବିକାଶ ସମ୍ଭବ: ଡ. ମହେନ୍ଦ୍ର ନାଥ ପାଣ୍ଡେ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ): ୱାଲ୍ଟ ସ୍କିଲ୍ ଇଂଟରନ୍ୟାସେନାଲ୍ କମ୍ପିଟେସନ୍ରେ ୪୮ ଜଣିଆ ଭାରତୀୟ ଦଳ ରୁଷିଆର କଜାନ୍ଠାରେ ଯୋଗଦେଇଛନ୍ତି । ଏହି ଅବସରରେ ୪୦ଟି ଦେଶର ମନ୍ତ୍ରୀଙ୍କ ଦ୍ୱାରା ଆୋୟାଜିତ ଏକ ସମ୍ମିଳନୀରେ ଯୋଗଦେଇ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରୀ ଡ.ମହେନ୍ଦ୍ରନାଥ ପାଣ୍ଡେ ସୂଚନା ଦେଇଛନ୍ତି ଯେ, ଦକ୍ଷ ମାନବ ସମ୍ବଳ ଦ୍ୱାରା ଦେଶର ଆର୍ଥିକ ବିକାଶ ସମ୍ଭବ ହୋଇପାରିବ । \nଏହି ୬ ଦିନିଆ ପ୍ରତିଯୋଗୀତାରେ ଭାରତର ୪୮ ଜଣିଆ ଦଳ ମୋବାଇଲ୍ ରବୋଟିକ୍ସ୍, ପ୍ରୋଟୋଟାଇପ୍ ମଡେଲିଂ, ହେୟାର ଡେସିଂ, ବକେିଂ, କନଫେକସନାରୀ ଏଲବଂ ପାଟିସେରିଜ୍, ୱେଲଡିଂ, ବ୍ରିକ୍ ଲାୟିଂ ଆଦି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ।ଡ. ପାଣ୍ଡେ କାଜନଠାରେ ସ୍କିଲ୍ ଇଣ୍ଡିଆ ପାଭିଲିୟନ୍କୁ ଉଦ୍ଘାଟନ କରିଛନ୍ତି । ଏହା ସହିତ ଭାରତ-ରୁଷିଆ ମଧ୍ୟରେ ଦ୍ୱିପାକ୍ଷିକ ଚୁକ୍ତିକୁ ଅଧିକ ସୁଦୃଢ଼ ପାଇଁ ମଧ୍ୟ ପ୍ରସାୟ କରାଯାଇଛି ।ଏହି ଅବସରରେ ରୁଷିଆର ଉପପ୍ରଧାନମନ୍ତ୍ରୀ ସୁଶ୍ରୀ ତାତୟନା ଗୋଲିକୋଭ. ରୁଷିଆ ଶିକ୍ଷାମନ୍ତ୍ରୀ ସୁଶ୍ରୀ ଓଲଗା ଭାସିଲ୍ୟେଭାସ୍ରୁଷିଆ ବିକାଶ କମିଟି ଉପସଭାପତି ଜୋସ୍ ଡେ ଗୋୟେ, ଚାଇନାର ମାନବ ସମ୍ବଳ ଏବଂ ସାମାଜିକ ସୁରକ୍ଷା ମନ୍ତ୍ରୀ ତାଙ୍ଗ ତାଓ ପ୍ରମୁୂଖ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ