ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ବିଭିନ୍ନ ସଂସ୍ଥାନରୁ ପ୍ରଧାନମନ୍ତ୍ରୀ କେଆର ପାଣ୍ଠିକୁ ୩୮.୯୧ କୋଟି ଟଙ୍କା ଦାନ

ରମେଶ ପୋଖରିୟାଲ ‘ନିଶଙ୍କ’

ନୂଆଦିଲ୍ଲୀ : କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଅଧିନସ୍ଥ ୨୮ଟି ବିଭିନ୍ନ ଶିକ୍ଷାନୁଷ୍ଠାନ, ଅନୁଷ୍ଠାନ ଓ ସ୍ଵୟଂଶାସିତ ସଂଗଠନ ପକ୍ଷରୁ କୋଭିଡ-୧୯ର ମୁକାବିଲା ନିମନ୍ତେ ପ୍ରଧାନମନ୍ତ୍ରୀ କେଆର ପାଣ୍ଠିକୁ ୩୮.୯୧ କୋଟି ଟଙ୍କାରୁ ଊର୍ଦ୍ଧ୍ଵ ପ୍ରଦାନ କରାଯାଇଛି । ଏହି ପଦକ୍ଷେପକୁ ବିଭାଗୀୟ ମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’ ପ୍ରଶଂସା କରିବା ସହ ଏପରି ଉଦ୍ୟମ ଦ୍ଵାରା ଦେଶ ଆହୁରି ମଜବୁତ ହେବ ବୋଲି କହିଛନ୍ତି । ବିଭାଗୀୟ ମନ୍ତ୍ରୀ ଶ୍ରୀ ‘ନିଶଙ୍କ’ ନିଜେ ନିଜର ଏକ ମାସର ଦରମା ଓ ସାଂସଦ ବିକାଶ ପାଣ୍ଠିରୁ ୧ କୋଟି ଟଙ୍କା ପ୍ରଧାନମନ୍ତ୍ରୀ କେଆର ପାଣ୍ଠିକୁ ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ