ମାନବ ସେବା ସଙ୍ଗଠନ ତରଫରୁ କମ୍ବଳ ବଣ୍ଟନ

ବନ୍ତ,(ଚାନ୍ଦିନୀ ମହାନ୍ତି) : ରାଜ୍ୟରେ ଶୀତର ପ୍ରକୋପ ବଢିବାରେ ଲାଗିଛି । ଶୀତବସ୍ତ୍ର ନଥିବାରୁ ଅନେକ ଲୋକ ବହୁ କଷ୍ଟରେ ଦିନ କାଟୁଛନ୍ତି । ଭଦ୍ରକସ୍ଥିତ ରେଲୱେ ଷ୍ଟେସନ, ଶନି ମନ୍ଦିର, ଲୋକନାଥ ମନ୍ଦିର, ଦକ୍ଷିଣେଶ୍ୱର କାଳୀ ମନ୍ଦିର ଓ କଚେରୀ ରୋଡରେ ଥିବା କେତେକ ଅସହାୟ ଲୋକଙ୍କୁ ମାନବ ସେବା ସଙ୍ଗଠନ ତରଫରୁ କମ୍ବଳ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଏଥିରେ ସଙ୍ଗଠନର ସଭ୍ୟ ସମ୍ବିତ୍ କୁମାର ଜେନା, କିଶୋର ଚନ୍ଦ୍ର ସାହୁ, କୀର୍ତ୍ତିକୃଷ୍ଣ ପାଳ, ଶୁଭ୍ରାଂଶୁ ବୋଇତି, ଚିତ୍ତ ରଂଜନ ସାହୁ, ମନୋରଂଜନ ନାୟକ, ଶିଳାଦିତ୍ୟ ନାୟକଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ