ମାନସଙ୍କ ଜାଭେଲିନ ଥୋର ଖେଳାଳି ନିରଜ ଚୋପ୍ରାଙ୍କୁ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଜାଭେଲିନ ଥୋର ଖେଳାଳି ନିରଜ ଚୋପ୍ରାଙ୍କୁ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି | ସେ ତାଙ୍କ ବାଲୁକା କଳା ମାଧ୍ୟମରେ ଆଶା ବ୍ୟକ୍ତ କରିଛନ୍ତି ଖେଳାଳି ନିରଜ ଚୋପ୍ରା ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତି ଇତିହାସ ରଚାନ୍ତୁ | ସାରା ଭାରତ ବାସୀ ତାଙ୍କ ପ୍ରଦର୍ଶନରେ ଆଶାବାଦୀ ଏବଂ ଆଶା କରୁଛୁ ପ୍ରତେକ ଭାରତୀୟଙ୍କ ପ୍ରାର୍ଥନା ଏବଂ ସ୍ନେହ ଶ୍ରଦ୍ଧା ନିରଜ ଚୋପ୍ରା ଙ୍କୁ ସ୍ବର୍ଣ୍ଣ ମେଡାଲ ଜିତିବାରେ ସହାୟ ହେଉ ଏବଂ ସେ ଭାରତରେ ନିଜ ଜିତିବାର ଇତିହାସ ରଚନ୍ତୁ |
ମାନସ ସାହୁ ତାଙ୍କ ବାଲୁକା କଳାରେ ନିରଜ ଚୋପ୍ରାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରି India waiting for Goldର ବାର୍ତ୍ତା ଦେଇଛନ୍ତି | ଏହି ବାଲୁକା କଳାକୁ ନିର୍ମାଣ କରିବାକୁ ମାନସ ସାହୁଙ୍କୁ ୭ଘଣ୍ଟା ସମୟ ଲାଗିଥିଲା |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ