ମାନସିଂବଜାରସ୍ଥ କେଶଲେନ୍ରେ ଶତାଧିକବର୍ଷ ମନ୍ଦିରର ପୁନଃପ୍ରତିଷ୍ଠା
ବାଲେଶ୍ୱର, (୍ର(ଯୁଗାବ୍ଦ ନ୍ୟୁ୍ଜ୍):): ମାନସିଂବଜାରସ୍ଥ ଶତାଧିକ ବର୍ଷର ଗୋବିନ୍ଦ ନାରାୟଣ ଜୀଉଙ୍କ ମାଟିକାନ୍ଥ ମନ୍ଦିରକୁ ସ୍ଥାନୀୟ ଗ୍ରାମବାସୀମାନେ ସୁଦୃଶ୍ୟ ମନ୍ଦିରଭାବେ ନିର୍ମାଣ କରିବାପରେ ଆଜି ଜୀଉଙ୍କ ବିଗ୍ରହ ପୁନଃ ସ୍ଥାପନ ଓ ପ୍ରତିଷ୍ଠା କାର୍ଯ୍ୟ ସମାପନ ହୋଇଛି । ସୁରେନ୍ଦ୍ର ପାଢ଼ୀ ମୁଖ୍ୟପୂଜକଙ୍କ ସହ ୬ଜଣ ପୂଜକ ପୂଜା,କୀର୍ତ୍ତନ ଓ ଯଜ୍ଞ ଆଦି କାର୍ଯ୍ୟ ସଂପନ୍ନ କରିଥିଲେ । ଦିବା୧୨ଟାରୁ ପ୍ରସାଦ ସେବନରେ ହଜାର ହଜାର ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ମେନେଜିଂ ଟ୍ରଷ୍ଟର ସଦସ୍ୟ ସୁଧାସିନ୍ଧୁ ପଣ୍ଡା, ହରିନାରାୟଣ ଜେନା, ଚିନ୍ମୟ କେଶ, ପ୍ରଭାକର ପ୍ରଧାନ, ପଦ୍ମଲୋଚନ ଜେନା ଓ ଜୟରାମ ଜେନା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ସୁବାସ ସାହୁ, କୈଳାସ ଭୂୟା, ଉମେଶଚନ୍ଦ୍ର ଗୋଚ୍ଛାୟତ, ସନ୍ତୋଷ କାଠ, କାହ୍ନୁ ନାୟକ, ଦେବାଶିସ ଦାସ, କମଳାକାନ୍ତ ଦାଶ,ରମେଶ ପଟ୍ଟନାୟକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ନିମନ୍ତ୍ରିତ ଅତିଥିମାନେ ଯୋଗ ଦେଇଥିଲେ ।