ମାନସିଂବଜାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁପୂର୍ଣ୍ଣିମା ଉତ୍ସବ

ବାଲେଶ୍ୱର,:(ଯୁଗାବ୍ଦ ନ୍ୟୁଜ)- ଭାରତୀୟ ସଂସ୍କୃତି ଓ ପରମ୍ପରା ଆଧାରିତ ଶିକ୍ଷାନୁଷ୍ଠାନ ମାନସିଂବଜାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଶ୍ରୀ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟା ବିଜୟଲକ୍ଷ୍ମୀ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବକୁ ବିଦ୍ୟାଳୟର ସଭାପତି ରାଧାକୃଷ୍ଣ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ । ପ୍ରଧାନ ଆଚାର୍ଯ୍ୟା ପ୍ରାରମ୍ଭିକ ସୂଚାନା ପ୍ରଦାନ କରିବା ସହିତ ଉତ୍ସବର ଗୁରୁ ଛାତ୍ରର ସମ୍ପର୍କକୁ ନେଇ ଆଜିର ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ମୁଖ୍ୟ ଅତିଥି ଶ୍ରୀ ଆଚାର୍ଯ୍ୟ ବିଷ୍ଣୁଙ୍କ ଅବତାର ବ୍ୟାସଦେବଙ୍କ ଜନ୍ମଦିବସକୁ ବ୍ୟାସ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମା ରୂପେ ପାଳନ କରାଯାଏ । ଆଦିଗୁରୁ ଭାବେ ବ୍ୟାସଦେବ ପରିଚିତ । ହିନ୍ଦୁ ଧର୍ମରେ ଗୁରୁଙ୍କୁ ଈଶ୍ୱରଙ୍କଠାରୁ ଶ୍ରେଷ୍ଠ ସ୍ଥାନ ଦିଆଯାଇଛି । ଗୁରୁଙ୍କ ଦ୍ୱାରା ପ୍ରଦତ୍ତ ଜ୍ଞାନ ଓ ଉପଦେଶକୁ ପାଥେୟ କରି ଶିଷ୍ୟମାନେ ସଫଳତା ଅର୍ଜନ କରିଥିବାର ବହୁ ଉଦାହରଣ ଦେବା ସହ ମହର୍ଷି ବ୍ୟାସଦେବ ଓ ଭାରତୀୟ ଗୁରୁ ପରମ୍ପରା ସମ୍ପର୍କରେ ବହୁ ଉପାଦେୟ ତଥ୍ୟ ଉପସ୍ଥାପନ କରିଥିଲେ । ପ୍ରାର୍ଥନା ପ୍ରମୁଖ କାବେରୀ ରାଣୀ ବାରିକ ବନ୍ଦନା କାଳାଂଶକୁ ପରିଚାଳନା କରିଥିଲେ । ସହ ପ୍ରଧାନ ଆଚାର୍ଯ୍ୟା ଆରତୀ ପାତ୍ର ନିଜ ବକ୍ତବ୍ୟରେ ଶିଶୁ ଭାଇ ଭଉଣୀମାନେ ଗୁରୁଙ୍କ ଆଶୀର୍ବାଦରେ କିପରି ଭଲ ମଣିଷ ହୋଇ ସମାଜକୁ ଆଲୋକ ଦେଖାଇବେ ତାହାର ଉଦାହରଣ ଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ସମବେତ ଛାତ୍ରଛାତ୍ରୀମାନେ ଗୁରୁ ବନ୍ଦନା କରିବା ସହିତ ଗୁରୁପୂଜନ କରିଥିଲେ । ସମସ୍ତ ଗୁରୁଜୀ ଗୁରୁମା ଓ ସେବୀକା ଉତ୍ସବ ପରିଚାଳନାରେ ବିଶେଷ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ