ମାନସିକ ଅନଗ୍ରସର ବିଦ୍ୟାର୍ଥୀଙ୍କୁ ଶୈଖିକ ଉପକରଣ ପ୍ରଦାନ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଆଜି ୧୯ଜଣ ମାନସିକ ଅନଗ୍ରସର ବିଦ୍ୟାର୍ଥୀଙ୍କୁ ଶୈଖିକ ଉପକରଣ ପ୍ରଦାନ କରାଯାଇଛି । ଗୋଷ୍ଠୀ ସମ୍ବଳ ଶିକ୍ଷକ ରଶ୍ମିରଞ୍ଜନ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ସଂକ୍ଷିପ୍ତ କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷାଧିକାରୀ ଦୀପକ କୁମାର ପାଢୀ ଯୋଗଦେଇ ପ୍ରଥମରୁ ନବମ ଶ୍ରେଣୀ ମଧ୍ୟରେ ପାଠ ପଢୁଥିବା ୧୯ଜଣ ମାନସିକ ଅନଗ୍ରସର ଛାତ୍ରଛାତ୍ରୀଙ୍କୁ ଉପକରଣ ବଣ୍ଟନ କରିଥିଲେ । ଏଥିରେ ସହକାରୀ ଶିକ୍ଷାଧିକାରୀ ପୁରୁଷୋତ୍ତମ ଧଳ, ଅକ୍ଷୟ କୁମାର ଜେନା, ଅଶୋକ କୁମାର ରାଉତ, କୈଳାସ ଚନ୍ଦ୍ର ସାମଲ, ପୁଷ୍ପକ ଚନ୍ଦ୍ର ଭାରତୀ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ମନସ୍ୱିନୀ ଦାସ ଓ ସନାତନ ପଣ୍ଡା ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ