ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) -ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଦୁଷ୍କର୍ମ ମାମଲାର ରାୟ ଆଜି ପ୍ରକାଶ ପାଇଛି । ଗଜପତି ଜିଲା ଦୌରା ଜର୍ଜ ବିଶ୍ୱଜିତ ଦାସ ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରା ଦଣ୍ଡ ସହ ୫ହଜାର ଟଙ୍କା ଅର୍ଥଦଣ୍ଡର ରାୟ ଦେଇଛନ୍ତି । ଏହି ଅର୍ଥଦଣ୍ଡ ପଇଠ ନକଲେ ଅଧିକ ୬ମାସ କାରା ଦଣ୍ଡର ରାୟ ମଧ୍ୟ ଦେଇଛନ୍ତି । ଏଥିନେଇ ଏପିପି ଶରତ ଚନ୍ଦ୍ର ପ୍ରଧାନ ସୁଚନା ଦେଇଛନ୍ତି ଯେ,ଗଜପତି ଜିଲ୍ଲାର ନାମନଗଡ ଗ୍ରାମରେ ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ସେହି ଗ୍ରାମର ଅନନ୍ତ ପାଇକ ବାରମ୍ବାର ଦୁଷ୍କର୍ମ କରିଥିଲେ । ମହିଳା ଜଣକ ୫ମାସର ଅନ୍ତସତ୍ତା ହେବାପରେ ଘଟଣା ସମ୍ପର୍କରେ ତାଙ୍କ ପରିବାରରେ ଜଣା ପଡିଥିଲା ପରେ ମାନସିକ ବିକାରଗ୍ରସ୍ତ ମହିଳାଙ୍କ ମାଁଆ ସେରଙ୍ଗ ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ । ସେରଙ୍ଗ ଥାନାରୁ ଜିଲ୍ଲା କୋର୍ଟକୁ ଆସିଥିବା ମାମଲା କୋର୍ଟରେ ବିଚାରଣା ଚାଲିଥିଲା ଏଥିରେ ପୀଡିତା ଘଟଣା ସମ୍ପର୍କରେ ଟିକିନିଖି ଭାବେ ଜିଲ୍ଲା ଜର୍ଜଙ୍କୁ ପ୍ରକାଶ କରିବା ପରେ ଜିଲ୍ଲା ଜର୍ଜ ବିଶ୍ୱଜିତ ଦାସ ଅଭିଯୁକ୍ତକୁ ୧୦ବର୍ଷ ସଶ୍ରମ କାରାଦଣ୍ଡ ସହ ୫ହଜାର ଟଙ୍କାର ଅର୍ଥଦଣ୍ଡର ରାୟ ଆଜି ପ୍ରକାଶ କରିଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ,ନାମନଗଡ ଗ୍ରାମରେ ଏହି ଘଟଣା ନେଇ ଗ୍ରାମସଭା ମାଧ୍ୟମରେ ଉଭୟଙ୍କ ମଧ୍ୟରେ ଘଟଣାର ଆପୋଷ ସମାଧାନ କରାଯାଇଥିଲା । ହେଲେ ମାମଲାଟି କୋର୍ଟରେ ବିଚାରଣା ଥିବା ସହ ପୀଡିତା ଘଟଣା ସମ୍ପର୍କରେ ଜିଲ୍ଲା ଜର୍ଜଙ୍କୁ ସବୁକିଛି ସତ୍ୟ ଘଟଣା ଜଣାଇବା ପରେ ଅଭିଯୁକ୍ତଙ୍କୁ ଏହି ଦଣ୍ଡାଦେଶ ରାୟ ଦିଆଯାଇଥିବା ଏପିପି ଶରତ ଚନ୍ଦ୍ର ପ୍ରଧାନ ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ