ମାନସିକ ଭିନ୍ନକ୍ଷମ ଅଭିଭାବକ ସଂଘର ୧୫ତମ ସାଧାରଣ ସଭା

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ମାନସିକ ଭିନ୍ନକ୍ଷମ ଅଭିଭାବକ ସଂଘର ୧୫ତମ ସାଧାରଣ ସଭା ଆଜି ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡ଼େମୀରେ ସଭାପତି ବ୍ରଜକିଶୋର ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ରାଜ୍ୟ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ରାଜ୍ୟ ଭିନ୍ନକ୍ଷମ କମିଶନର ଅଧ୍ୟକ୍ଷା ଶ୍ରୀମତୀ ସୁଲୋଚନା ଦାସ ଓ ସୋସିଆଲ ୱେଲ୍ଫେୟାର ବୋର୍ଡ଼ର ଅଧ୍ୟକ୍ଷା ଶ୍ରୀମତୀ କସ୍ତୁରୀ ମହାପାତ୍ର, ରାଜ୍ୟ ପରିବାରର ସଭାପତି ଅଜୟ କୁମାର ଜେନା ଓ ସନ୍ନ୍ୟାସ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ମନ୍ତ୍ରୀ ଶ୍ରୀଯୁକ୍ତ ପଣ୍ଡା ଭିନ୍ନକ୍ଷମ ଏକତ୍ରୀକରଣ ସାର୍ଟିଫିକେଟ ଯାହାକି ସାରା ଦେଶରେ ଗ୍ରହଣଯୁକ୍ତ ସେପରି ସାର୍ଟିଫିକେଟ ତୁରନ୍ତ ଭିନ୍ନକ୍ଷମମାନଙ୍କୁ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଥିଲେ । ମାନସିକ ଭିନ୍ନକ୍ଷମମାନଙ୍କ ପାଇଁ ଆବାସିକ ଗୃହ ନିର୍ମାଣ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି ବୋଲି ପ୍ରକାଶ କରିଥିଲେ । ମନ୍ତ୍ରୀ ଶ୍ରୀଯୁକ୍ତ ପଣ୍ଡା କହିଥିଲେ ଯେ, ସାରା ଭାରତରେ ଭିନ୍ନକ୍ଷମମାନଙ୍କ ପାଇଁ ଦିଆଯାଉଥିବା ସୁବିଧା ଓ ସୁଯୋଗରେ ଓଡ଼ିଶା ରାଜ୍ୟ ଆଗରେ ଥିବା କେନ୍ଦ୍ର ସରକାର ସ୍ୱୀକାର କରିଥିବା ଘୋଷଣା କରିଥିଲେ । ପରିବାରର ସଭାପତି ଦେଇଥିବା ପ୍ରସ୍ତାବ ଯାହା ସଂଘ ପାଇଁ ଜମି ଓ ଗାଡ଼ି ଯୋଗାଇବା ପାଇଁ ବି•ର କରିବେ ବୋଲି ଅଭିଭାବକମାନଙ୍କ ସହିତ ଏକାଠି ବସି ମାନସିକ ଭିନ୍ନକ୍ଷମ ଯୁବକ ଯୁବତୀଙ୍କ ସମସ୍ୟା ବିଷୟରେ ଜାଣିବା ପାଇଁ ସ୍ୱୀକୃତି ଦେଇଥିଲେ । ରାଜ୍ୟ ସରକାର ଭିନ୍ନକ୍ଷମ ପାଇଁ ଅତୀତରେ କାର୍ଯ୍ୟ କରି ଆସିଛି ଓ ବର୍ତ୍ତମାନ ଯୁଦ୍ଧକାଳୀନ ଭିତ୍ତିରେ କାମ କରୁଛି । ଭବିଷ୍ୟତରେ ମଧ୍ୟ ଆପଣମାନଙ୍କ ସହିତ ମିଶି ଭିନ୍ନକ୍ଷମ ପିଲାମାନଙ୍କ ପାଇଁ କାମ କରିବେ ବୋଲି ଘୋଷଣା କରିଥିଲେ । ସୋସିଆଲ ୱେଲ୍ଫେୟାର ବୋର୍ଡ଼ର ସଭାନେତ୍ରୀ କସ୍ତୁରୀ ମହାପାତ୍ର ଜୀବନସାରା ଏଇ ପିଲାମାନଙ୍କ ପାଇଁ କାମ କରି ଆସୁଛନ୍ତି ଓ ଭବିଷ୍ୟତରେ କରିବେ ବୋଲି ପ୍ରକାଶ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏବଂ ସଭାରେ ଉପସ୍ଥିତ ଅଧିକାଂଶ ଭିନ୍ନକ୍ଷମ ବାଳକ ବାଳିକାଙ୍କୁ ବ୍ୟକ୍ତିଗତ ଭାବରେ ଜାଣନ୍ତି ବୋଲି କହିଥିଲେ ।ରାଜ୍ୟ ଭିନ୍ନକ୍ଷମ ସଚିବ ସୁଲୋଚନା ଦାସ ରାଜ୍ୟର ଭିନ୍ନକ୍ଷମମାନଙ୍କ ସୁବିଧା ଓ ସୁଯୋଗ ପାଇଁ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଳିଷ୍ଠ ପଦକ୍ଷେପ ନେଉଥିବା ପ୍ରକାଶ କରିଥିଲେ । ସେ ଭିନ୍ନକ୍ଷମମାନଙ୍କ ସମସ୍ୟା ଜାଣିବା ପାଇଁ ବିଭିନ୍ନ ଜିଲ୍ଲା ଗସ୍ତ କରି ସମସ୍ୟା ବିଷୟରେ ଅବଗତ ହେବା ସଙ୍ଗେ ସଙ୍ଗେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କ୍ରମେ ମାନସିକ ଭିନ୍ନକ୍ଷମମାନଙ୍କ ପାଇଁ କାର୍ଯ୍ୟ କରିବେ ।ପରିବାରର ସଭପତି ଅଜୟ କୁମାର ଜେନା କହିଲେ ଯେ, ରାଜ୍ୟରେ ୧୬ଟି ମାନସିକ ଭିନ୍ନକ୍ଷମ ପିଲାଙ୍କ ଅଭିଭାବକ ସଂଘ ଅଛି । ରାଜ୍ୟ ସରକାର ଏହି ସଂଘମାନଙ୍କ ସହିତ ଯୋଗାଯୋଗ କରିବା ସଙ୍ଗେ ସଙ୍ଗେ ପ୍ରତି ଜିଲ୍ଲାରେ ଅଭିଭାବକ ସଂଘ ପ୍ରତିଷ୍ଠା କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ସଂଘର ପୂର୍ବତନ ସଭାପତି କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ ଢେଙ୍କାନାଳରେ ପ୍ରତିଷ୍ଠିତ ସମାଜ କଲ୍ୟାଣ ସଂସ୍ଥା ଠାରୁ ୨ ଏକର ଜମି ପାଇବା ପାଇଁ ସଂଘର କର୍ମକର୍ତ୍ତାମାନେ ଉଦ୍ୟମ କରିବା ପାଇଁ ଦେଇଥିବା ପ୍ରସ୍ତାବକୁ ସଂଘର ସାଧାରଣ ସଭାରେ ସର୍ବସମ୍ମତିକ୍ରମେ ଗ୍ରହଣ କରିଥିଲେ । ସାଧାରଣ ସଭାରେ ଆସନ୍ତା ୨ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଆପୋଷ ଭାବେ ନିର୍ବାଚିତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ