ମାନସ ସେଠୀଙ୍କୁ ୫ ୱାର୍ଡର ପର୍ଯ୍ୟବେକ୍ଷକ ଦାୟିତ୍ୱ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ବିଜେଡି ଯୁବନେତା ମାନସ କୁମାର ସେଠୀଙ୍କୁ ଦଳ ୫ଟି ୱାର୍ଡର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛି । ଏହି ୱାର୍ଡ ଗୁଡିକ ହେଉଛି କେନ୍ଦ୍ରାପଡା ପୈାରପରିଷଦର ୧, ୨, ୩, ୪, ଓ ୫ । ମାନସ ତାଙ୍କ ସାଂଗଠନିକ ଦକ୍ଷତା ନିକଟରେ ସମାପ୍ତ ହୋଇଥିବା ପଞ୍ଚାୟତ ନିର୍ବାଚନରେ ଦେଖାଇଥିଲେ । ତାଙ୍କୁ ପଞ୍ଚାୟତ ନିର୍ବାଚନରେ ୬ନମ୍ବର ଜିଲ୍ଲା ପରିଷଦ ଜୋନର ଦାୟିତ୍ୱ ଦିଆଯାଇଥିଲା । ଏହି ଜୋନରେ ବିଜେଡି ପ୍ରାର୍ଥୀ ନିର୍ମଳା ମହାନ୍ତି ୮ହଜାର ୭୭୩ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ମାନସଙ୍କ ନାଁ ଏହାପରେ ଚର୍ଚ୍ଚାକୁ ଆସିଥିଲା । ଫଳରେ ଦଳ ତାଙ୍କ ସାଂଗଠନିକ ଦକ୍ଷତା ଉପରେ ଭରଷା କରି ଏହି ଗୁରୁ ଦାୟିତ୍ୱ ଅର୍ପଣ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ