ମାନିଲେନି ନିଅମ ଜରିମାନା ସହ ଔଷଧ ଦୋକାନ ସାତ ଦିନ ପାଇଁ ସିଲ

ବୁଗୁଡା, (ଅନିଲ କୁମାର ମହାରଣା) : ବୁଗୁଡା ସହରର ଏକ ଔଷଧ ଦୋକାନୀ ଠାରୁ ୫ ହଜାର ଜରିମାନା ଆଦାୟ ସହ ୭ ଦିନ ପାଇଁ ଦୋକାନକୁ ବନ୍ଦ କରଯାଇଛି।କୋଭିଡ ସେସ୍ପାଲ ଏଡିଏମ ବିଶାଳ ସିଂ ବୁଗୁଡା ଗସ୍ତରେ ଆସି ମଙ୍ଗଳବାର ଦିନ ଏକ ଔଷଧ ଦୋକାନି ଜଣେ ବ୍ୟକ୍ତିଙ୍କୁ ଥଣ୍ଡା ଜ୍ୱର ଔଷଧ ଦେଇଥିଲେ ମଧ୍ୟ ସେହି ରୋଗୀଙ୍କ ନାମ ନିଜ ଦୋକାନରେ ରେଜିଷ୍ଟର କରି ଲେଖିନଥିବା ଏଡିଏମ ଶ୍ରୀ ସିଂ ଦେଖିଥିଲେ। ରୋଗୀଙ୍କୁ ଥଣ୍ଡା ଜ୍ୱର ଔଷଧ ଦେଇଥିଲେ ମଧ୍ୟ ରେଜିଷ୍ଟିଭୁକ୍ତ କରିନଥିବା ଯୋଗୁଁ ଦୋକାନ ମାଲିକଙ୍କ ଠାରୁ ପାଞ୍ଚ ହଜାର ଟଙ୍କା ଜରିମାନା ଆଦାୟ କରିଥିବା ସହ ସାତଦିନ ପାଇଁ ଔଷଧ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଯାହା ଫଳରେ ସାତଦିନ ପାଇଁ ଦୋକାନକୁ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ସିଲ କରିଛନ୍ତି। ପ୍ରକାଶ ଥାଉକି ଜିଲ୍ଲା ପ୍ରଶାସନ ଥଣ୍ଡା ଜ୍ୱର ଔଷଧ ବିକ୍ରି ନିଷେଧ କରିଥିବା ବେଳେ ଜନସାଧାରଣଙ୍କ ଦାବୀ ଯୋଗୁଁ ଥଣ୍ଡା ଜ୍ଵର ଔଷଧ ବିକ୍ରି କରିବା ପାଇଁ ଅନୁମତି ଦେଇଥିଲେ ମଧ୍ୟ ଯେଉଁ ବ୍ୟକ୍ତିଙ୍କୁ ଥଣ୍ଡା ଜ୍ୱର ଔଷଧ ଦିଆଯିବ ତାହାର ବିବରଣୀ ଏକ ରେଜିଷ୍ଟରରେ ଲେଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି କାରଣ ଯୋଗୁଁ ଔଷଧ ଦୋକାନୀଙ୍କୁ ଏହି ପ୍ରକାର ଦଣ୍ଡ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ