ମାନେକାଙ୍କୁ ଇସିଙ୍କ କାରଣ ଦର୍ଶାଅ ନାଟିସ୍
ନୂଆଦିଲ୍ଲୀ(ଏଜେନ୍ସି): ଉତ୍ତରପ୍ରଦେଶର ସୁଲତାନପୁର ଲୋକସଭା ଆସନରୁ ବିଜେପି ସାଂସଦ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କେନ୍ଦ୍ରମନ୍ତ୍ରୀ ମାନକା ଗାନ୍ଧି ମୁସ୍ଲମାନ ଭୋଟରଙ୍କ ଉଦ୍ଦେଶ୍ୟରେ ଦେଇଥିବା ଧମକପୂର୍ଣ୍ଣ ମନ୍ତବ୍ୟକୁ ନେଇ ଏବେ ଅଡୁଆରେ ପଡିଛନ୍ତି । ନିର୍ବାଚନ ଆୟୋଗ ତାଙ୍କ ମନ୍ତବ୍ୟକୁ ଉଦ୍ଧାର କରିବା ସହ ଆଜି ତାଙ୍କୁ ଏନେଇ ସୋ’କଜ୍ ନୋଟିସ୍ ଜାରି କରିଛନ୍ତି ।
ସୁଲତାନପୁରଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ମାନେକା କହିଥିଲେ ଯେ ସେ, ମୁସଲମାନଙ୍କ ସମର୍ଥନରେ ନିର୍ବାଚନ ଜିତିବାବୁ ଚାହୁଁଛନ୍ତି । ଯଦି ମୁସଲମାନ୍ମାନେ ତାଙ୍କୁ ଭୋଟ୍ ନଦେବେ ତେବେ ସେ ଆଗାମୀ ସମୟରେ ସେମାନଙ୍କ ସହାୟତା କରିବେ ନାହିଁ । ପ୍ରାପ୍ତ ସୂଚନା ଅନୁସାରେ ବିଜେପି ସଂଖ୍ୟା ଲଘୁ ସେଲ୍ ଜିଲାଧ୍ୟକ୍ଷ ଅଜାଦାର ହୁସେନଙ୍କ ଗ୍ରାମରେ ଆୟୋଜିତ ସଭା କାର୍ଯ୍ୟକ୍ରମରେ ମାନେକା ଯୋଗଦେଇ ଉପସ୍ଥିତ ଲୋକଙ୍କୁ ଏପରି କହିଥିଲେ । ମାନେକା କହିଥିଲେ ଯେ, ତାଙ୍କୁ ମୁସଲମାନ ଭୋଟରଙ୍କ ଭୋଟ୍ ମିଳିଲେ ବି ସେ ଜିତିବେ, ନମିଳିଲେ ବି ସେ ଜିତିବେ । ଏହି ଆସନରୁ ତାଙ୍କ ବିଜୟ ସୁନିଶ୍ଚିତ ହୋଇସାରିଛି । ଯଦି ଏଠାରେ ମୁସଲମାନ୍ ଭୋଟରଙ୍କ ଭୋଟ୍ ତାଙ୍କୁ ନମିଳେ ତେବେ ସେ ଆଉ ଆଗାମୀ ଦିନରେ ସେମାନଙ୍କୁ କୌଣସିଥିରେ ସହଯୋଗ କରିବେ ନାହିଁ । ତାଙ୍କର ଏପ୍ରକାର ଧମକପୂର୍ଣ୍ଣ ଭୋଟ୍ଭିକ୍ଷାକୁ ବିରୋଧୀ ଦଳ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା । ମାନେକା, ଭୋଟରଙ୍କୁ ଧମକାଇ ଭୋଟ୍ ପାଇବାକୁ ଚେଷ୍ଟା କରୁଥିବା ଯାହାକି ନିର୍ବାଚନୀ ଆଚରଣ ବିଧିର ଉଲ୍ଲଘଂନ ବୋଲି ବିରୋଧୀ ଅଭିଯୋଗ ଆଣିବା ସହ ନିର୍ବାଚନ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।


