ମାନ୍ୟବର ବାଚସ୍ପତିଙ୍କୁ ବୁଗୁଡା ବ୍ଲକ କରସିଙ୍ଗରେ ସମ୍ବର୍ଦ୍ଧନା

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଓଡିଶା ବିଧାନସଭାର ମାନ୍ୟବର ବାଚସ୍ପତି ବିକ୍ରମ କେଶରୀ ଆରୁଖ ମହୋଦୟଙ୍କୁ ବୁଗୁଡା ବ୍ଲକ ଅନ୍ତର୍ଗତ କରସିଙ୍ଗ ଛକରେ ଜୁନ ୧୯ ତାରିଖ ଦିନ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଶ୍ରୀ ଆରୁଖ ନିର୍ଦ୍ବନ୍ଦରେ ବାଚସ୍ପତି ନିର୍ବାଚିତ ହେବାପରେ ଭୁବନେଶ୍ୱରରୁ ନିଜ ନିର୍ବାଚନ ମଣ୍ଡଳୀ ଭଞ୍ଜନଗର ଯାଉଥିବା ବେଳେ ନୟାଗଡ଼ ଜିଲ୍ଲା ପାରହୋଇ ଗଞ୍ଜାମ ସୀମା କରସିଙ୍ଗରେ ପହଞ୍ଚିବା ପରେ ବୁଗୁଡା ବ୍ଲକ ଜନସାଧାରଣଙ୍କ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ବାଚସ୍ପତି ମହୋଦୟଙ୍କ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁକୁନ୍ଦ ନାୟକ, ବିବେକାନନ୍ଦ ବାରିକ, ଆଡଭୋକେଟ ବିଭୁ ପ୍ରସାଦ ନାୟକ, ଗୋପାଳ ଚନ୍ଦ୍ର ନାୟକ ପ୍ରମୁଖଙ୍କ ସମେତ ବହୁ ସଂଖ୍ୟକ ଅଞ୍ଚଳବାସୀ ଯୋଗଦେଇ ସ୍ୱାଗତ କରିଥିଲେ । ମାନ୍ୟବର ବାଚସ୍ପତି ଶ୍ରୀ ଆରୁଖ ଉପସ୍ଥିତ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ