ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ତୁରନ୍ତ ପଦକ୍ଷେପ ଦ୍ବାରା ଗଞ୍ଜାମ ଜିଲ୍ଲାର ୧୧ ଜଣ ମତ୍ସ୍ୟଜୀବୀ ଅଶାନ୍ତ ସମୁଦ୍ର ମଧ୍ୟରୁ ଉଦ୍ଧାର

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) :-ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ଗଞ୍ଜାମ ଜିଲ୍ଲା ପ୍ରଶାସନ ଦ୍ବାରା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନ ରେ ଏୟାର ଲିଫ୍ଟ ଯୋଗେ ୧୧ ଜଣ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟରୁ ଉଦ୍ଧାର କରାଯାଇ ସୋନପୁର ବେଳାଭୂମିକୁ ଅଣାଯାଇଛି । ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ମାର୍କଣ୍ଡି ଗ୍ରାମର ୧୧ ଜଣ ମତ୍ସ୍ୟଜୀବୀ ଡଙ୍ଗା କିଣିବା ନିମନ୍ତେ ବିଶାଖାପାଟଣା ପାଖାପାଖି ଅଞ୍ଚଳ କୁ ଯାଇ ଡଙ୍ଗା କିଣି ସମୁଦ୍ର ମଧ୍ୟ ଦେଇ ନିଜ ଜିଲ୍ଲାକୁ ଫେରୁଥିଲେ । ଡଙ୍ଗାଟି ଯାନ୍ତ୍ରିକ ତୃଟି ଯୋଗୁଁ ଅଶାନ୍ତ ସମୁଦ୍ର ଗର୍ଭରେ ଫଶିଗଲା ଏବଂ ସମୁଦ୍ର ଅଶାନ୍ତ ଯୋଗୁଁ ଫେରିବା ମୁସ୍କିଲ ହେଲା । ଉକ୍ତ ଡଙ୍ଗାରୁ ଏବଂ ନିକଟସ୍ଥ ଗ୍ରାମ୍ୟ ଲୋକଙ୍କ ଦ୍ବାରା ଟେଲିଫୋନ୍ ଯୋଗେ ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ଖବର ମିଳିଲା । ଦିନ ୧୧ ଘ.ରୁ ମଧ୍ୟାହ୍ନ ୧୨ ଘ. ମଧ୍ୟରେ ଜିଲ୍ଲା ପ୍ରଶାସନ ଏହି ଖବର ପାଇ ଦିନ ୨ଘ. ୩୦ମି. ସମୟରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ମୁଖ୍ୟମନ୍ତ୍ରୀଙ୍କ କାର‌୍ୟ୍ୟାଳୟ ସହିତ ଯୋଗାଯୋଗ କରି କୋଷ୍ଟଗାର୍ଡକୁ ଖବର ଦିଆଯାଇଥିଲା । ଯୋଜନା ମୁତାବକ ସମୁଦ୍ର ଅଶାନ୍ତ ଥିବା ହେତୁ କୋଷ୍ଟଗାର୍ଡ ଜାହାଜ ଦ୍ବାରା ଉଦ୍ଧାର ହେବା ମୁସ୍କିଲ ହୋଇଥିଲା । ତୁରନ୍ତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଫଳରେ ହେଲିକେପ୍ଚର ଯୋଗେ ଏୟାର ଲିଫ୍ଟ କରି ୪୫ ମିନିଟ୍ ମଧ୍ୟରେ ଉଦ୍ଧାର କାର୍ଯ୍ୟ ସଂଧ୍ୟା ୫ ଘ. ସମୟରେ ଆରମ୍ଭ ହୋଇଥିଲା । ପ୍ରଥମେ ୩ ଜଣ ଦ୍ବିତୀୟ ପର‌୍ୟ୍ୟାୟରେ ଆଉ ୪ ଜଣ ଏହଂ ତୃତୀୟ ପର‌୍ୟ୍ୟାୟରେ ଆଉ ୪ ଜଣ ଏହିଭଳି ତିନିଥର ହେଲିକେପ୍ଟର ଦ୍ବାରା ଉଦ୍ଧାର କରାଯାଇଥିଲା । ଉଦ୍ଧାର ହୋଇଥିବା ୧୧ ଜଣ ମତ୍ସ୍ୟଜୀବୀ ହେଲେ ମାର୍କଣ୍ଡି ଗ୍ରାମର ଡି. ବାଲାଜୀ ୨୨ବର୍ଷ, ଡବ୍ଲ୍ୟୁ ଅନନ୍ତ-୨୫ ବର୍ଷ, ଡି. ଡମ୍ବୁରୁ-୨୫ ବର୍ଷ, ଏସ୍. ତୁଳସାୟା ରାଓ-୩୦ବର୍ଷ, ଏମ୍. କାମେୟା-୨୪ ବର୍ଷ., ଏମ୍. ଭୀମା ରାଓ-୩୬ ବର୍ଷ, ଏସ୍. ଜଗା ୨୮ ବର୍ଷ, ଡି. କେଶା ରାଓ-୨୬ ବର୍ଷ, ଡି. ଡମ୍ବରୁ- ୪୨ ବର୍ଷ, ବି.ଯୋଗେଶ-୪୫ ବର୍ଷ ଙ୍କୁ ସୁରକ୍ଷିତ ଭାବେ ସୋନପୁର ସମୁଦ୍ର ବେଳାଭୂମିକୁ ପହଞ୍ଚାଇ ଦିଆଗଲା । ଉକ୍ତ ସ୍ଥାନରେ ଜିଲ୍ଲା ପ୍ରଶାସନର ସମସ୍ତ ଟିମ୍ ଉପସ୍ଥିତ ରହି ସେମାନଙ୍କୁ ଉଦ୍ଧାର କରି କେଲୁଆପଲ୍ଲୀ ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କୁ ଅଣାଯାଇ ସେମାନଙ୍କର ଚିକିତ୍ସା କରାଗଲା । ଏହି ଖବର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଠାରେ ଏକ ପ୍ରେସ୍ ମିଟ୍ ରେ ସାମ୍ବାଦିକ ବନ୍ଧୁମାଙ୍କୁ ଜଣାଇଥିଲେ । ବର୍ତ୍ତମାନ ସମସ୍ତେ ସୁସ୍ଥ ଅଛନ୍ତି । ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନର ଏଭଳି ଉଦ୍ୟମକୁ ସମସ୍ତ ମତ୍ସ୍ୟଜୀବୀ ଏବଂ ତାଙ୍କ ପରିବାର ବର୍ଗ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି । ଏହି ଉଦ୍ଦାର କାର୍ଯ୍ୟରେ ରାଜ୍ୟ ବିପର‌୍ୟ୍ୟୟ ପରିଚାଳନା କମିଶନର ପ୍ରଦୀପ କୁମାର ଜେନା, ଫାୟାର ସର୍ଭିସ୍ ବିଭାଗୀୟ ଡିଜି ସନ୍ତୋଷ ଉପାଧ୍ୟାୟ, ୫-ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ୍, ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର୍ ଭିନିଲ୍ କ୍ରିଷ୍ଣା, ଡି.ଆଇ.ଜି. କୋଷ୍ଟଗାର୍ଡ ଗଞ୍ଜାମ, ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ବ୍ରହ୍ମପୁର ଉପ ଜିଲ୍ଲାପାଳ ଓ୍ବ କିର୍ତ୍ତୀଓ୍ବାସନ୍, ରଙ୍ଗେଇଲୁଣ୍ଡା ବ୍ଲକ୍ ଉନ୍ନୟନ ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର, ଗ୍ରାମବାସୀଗଣ ଏବଂ ସଂପୃକ୍ତ ଅଧିକାରୀ ଗଣ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ