ମାନ୍ୟବର ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ମାନ୍ୟବର ରାଜ୍ୟପାଳ ଡ. ହରିବାବୁ କମ୍ଭମପତିଙ୍କୁ ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ର ଜାତୀୟ ଉପସଭାପତି ତଥା ରାଜ୍ୟ ମୁଖ୍ୟ କମିଶନର ଡଃ. କାଳିପ୍ରସାଦ ମିଶ୍ର ରାଜଭବନ ଯାଇ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ମାନ୍ୟବର ରାଜ୍ୟପାଳଙ୍କୁ ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ର ପୂର୍ବରୁ କରୁଥିବା (ଝଊଏ ଊରଙ୍ଖରକ୍ଷକ୍ଟକ୍ଟ୍ରଜ୍ଞରଦ୍ଭଗ୍ଧ) ର ବିଭିନ୍ନ କାର୍ଯ୍ୟ ଏବଂ ଆଗକୁ ଥିବା କାର୍ଯ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ର ମୁଖ୍ୟ ପୃଷ୍ଠପୋଷକ ହୋଇଥିବାରୁ ସମ୍ମାନନୀୟ ରାଜ୍ୟପାଳ ମହୋଦୟ ଆଗକୁ ଏ ସଂସ୍ଥା କିପରି ଆହୁରି ଅଗ୍ରଗତି କରିପାରିବ ସେ ବିଷୟରେ ଆଲୋଚନା କରିଥିଲେ । ଏହି ଅବସରରେ ମାନ୍ୟବର ରାଜ୍ୟପାଳଙ୍କୁ ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ର ଏକ ସ୍ମୃତି ଫଳକ ରାଜ୍ୟ ମୁଖ୍ୟ କମିଶନର ଡ. ମିଶ୍ର ପ୍ରଦାନ କରିଥିଲେ । ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ପାଇକରାୟ, ରାଜ୍ୟ ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ମିହିର ରଞ୍ଜନ ପଟ୍ଟନାୟକ, ରାଜ୍ୟ ତାଲିମ କମିଶନର ଶ୍ରୀଯୁକ୍ତ ସୁରଜିତ୍ ସେନ୍ ଏବଂ ସହାୟକ ସଂଗଠନ କମିଶନର ଶ୍ରୀଯୁକ୍ତ ଚନ୍ଦନ ଦାଶ ଉପସ୍ଥିତ ଥିଲେ ।