ମାପ ଓ ଓଜନ ବିଭାଗର ଚଢାଉ

ମାପ ଓ ଓଜନ ବିଭାଗର ଚଢାଉ
ମାପ ଓ ଓଜନ ବିଭାଗର ଚଢାଉ

ଭଞ୍ଜନଗର , (ଯୁଗାବ୍ଦ ନ୍ୟୁଜ) : ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରୀଜେନ୍ଦ୍ର ମିଞ୍ଜଙ୍କ ନିର୍ଦ୍ଦେଶରେ ସୋରଡା ଏବଂ ବରଗଡର ସମସ୍ତ ବ୍ୟାଙ୍କରେ ବ୍ୟବହୃତ ହେଉଥିବା ଓଜନ ଯନ୍ତ୍ର ଯଞ୍ଚ କରାଯାଇଛି । ବ୍ୟାଙ୍କ ଉପରେ ହୋଇଥିବା ଚଢାଉରେ ଦେଖାଯାଇଥିଲା ଗୋଟିଏ ବ୍ୟାଙ୍କର ବିନା ମାନଙ୍କ ଓଜନ ଯନ୍ତ୍ର ବ୍ୟବହାର ହେଉଥିବା ଜଣାପଡିଥିଲା । ଦୁଇ ଗୋଟି ବ୍ୟାଙ୍କରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ୩୦ହଜାର ଜୋରିମାନା ଆଦାୟ କରାଯାଇଥିବାବେଳେ ଅନ୍ୟ ବ୍ୟାଙ୍କକୁ ୧୦ହଜାର ଟଙ୍କାର ନୋଟିସ ଦିଆଯାଇଛି । ପେଟ୍ରୋଲ ପମ୍ପ ମଧ୍ୟ ଚଢାଉ କରାଯାଇଥିଲା । ଉକ୍ତ ଚଢାଉରେ ସୋରଡା ତହସିଲଦାର ଅମର କୁମାର ବସନ୍ତରାୟ, ଅତିରିକ୍ତ ତହସିଲଦାର କୁରେସ ଚନ୍ଦ୍ର ଜାନୀ, ସହକାରୀ ନିୟନ୍ତ୍ରକ ବିନୟ କୁମାର ଦାଶ ଏବଂ ନିରକ୍ଷକ ବିଶ୍ୱଜିତ ପଣ୍ଡା ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ