ମାପ ଓ ଓଜନ ବିଭାଗର ଚଢାଉ ,୪୦ ହଜାର ଆଦାୟ
ବ୍ରହ୍ମପୁର ,( ଯୁଗାବ୍ଦ ନ୍ୟୁଜ୍) : ବ୍ରହ୍ମପୁର ସହରର ବିଭିନ୍ନ ମିଠା ଦୋକାନ ଓ ଖୁଚୁରା ବ୍ୟବସାୟୀ ଓ ପେଟ୍ରୋଲ ପମ୍ପ ଉପରେ ଉପଜିଲ୍ଲାପାଳ ଶ୍ରୀ ଦିଗନ୍ତରାୟଙ୍କ ନିର୍ଦ୍ଦେଶ କ୍ରମେ ଉପଖଣ୍ଡ ସ୍ତରୀୟ ପ୍ରଶାସନ ଓ ବୈଧ ମାପ ବିଜ୍ଞାନ ମିଳିତ ଭାବେ ଚଢାଉ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି । ଦୁଇ ଜଣଙ୍କ ବିରୋଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ଦୁଇ ଜଣଙ୍କ ଠାରୁ ୪୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଏହି ଚଢାଉରେ ବ୍ରହ୍ମପୁର ତହସିଲଦାର ଶ୍ରୀ ଦୟାମୟ ପାଢୀ , ବୈଧ ବି ।ନର ସହକାରୀ ବିନୟ କୁମାର ଦାଶ ,ଏବଂ ବରିଷ୍ଠ ନିରୀକ୍ଷକ ସତ୍ୟଜିତ ବିଶ୍ୱାଳ ଏବଂ ଶିଶିର ସାହୁ ଚଢାଉରେ ଅଂଶ ଗ୍ରହଣ କରିଥିଲେ ।