ମାପ ଓ ଓଜନ ବିଭାଗର ଚଢାଉ

(ଯୁଗାବ୍ଦ ନ୍ୟୁଜ )ବ୍ରହ୍ମପୁର ଉପ ଜିଲ୍ଲାପାଳ ଶିନ୍ଦେ ଦତ୍ତାତ୍ରୟ ଭାଉସାହେବ ଙ୍କ ନିର୍ଦ୍ଧେଶରେ ମାପ ଓଜନ ବିଭାଗ ଏବଂ ଉପଖଣ୍ଡ ସ୍ତରୀୟ ପ୍ରଶାସନ ମିଳିତ ଭାବେ କୁକୁଡାଖଣ୍ଡି ତହସିଲ ଅନ୍ତର୍ଗତ ବିଭିନ୍ନ ପ୍ରସ୍ତୁତ କର୍ତ୍ତା ,ଡାଲି, ମିଲ ଏବଂ ଅନ୍ୟ ବ୍ୟବସାୟ ପ୍ରତିଷ୍ଠାନ ରେ ବ୍ୟବହାର ହେଉଥିବା ଓଜନ ଯନ୍ତ୍ର ଏବଂ ସେମାନଙ୍କ ପାଖରେ ଥିବା ପ୍ୟାକେଟ ଗୁଡିକ ଯାଞ୍ଚ କରାଯାଇ ତିନି ଜଣ ଙ୍କ ବିରୁଦ୍ଧ ରେ ମାପ ଓ ଓଜନ ନିୟମ ଖିଲାପ କରିଥିବା ବ୍ୟକ୍ତି ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ୩୭୦୦୦ ଜରିମାନା ଆଦାୟ କରାଯାଇଛି । ସୁକୁଣ୍ଡା ରେ ଥିବା ଗୋଟିଏ ମସଲା ପ୍ରସ୍ତୁତ କର୍ତ୍ତା ରାଧାକୃଷ୍ଣ ଫୁଡ ପ୍ରୋଡାକ୍ଟର ପ୍ୟାକେଟ ଯାଞ୍ଚ ବେଳେ ଦେଖାଯାଇଥିଲା ପ୍ୟାକେଟ ଉପରେ ଠିକଣା,ଟେଲିଫୋନ ନମ୍ବର , ଇ ମେଲ ,ଠିକଣା ନଥିଲା ଏବଂ ବୟବହାର ହେଉଥିବା ଓଜନ ଯନ୍ତ୍ର ମଧ୍ୟ ନବୀକରଣ ହୋଇନଥିଲା । ଏଣୁ ମାପ ଓଜନ ବିଭାଗ ଏହି ପ୍ରସ୍ତୁତ କର୍ତ୍ତା ଙ୍କ ଠାରୁ ପ୍ୟାକେଟ ଏବଂ ଓଜନ ଯନ୍ତ୍ର ଜବତ କରିଛନ୍ତି । ଏହି ଚଢାଉରେ ଅତିରିକ୍ତ ତହସିଲ ଦାର କଳା କୃଷ୍ଣ ପ୍ରଧାନ , ସହକରି ନିୟତକ ବିନୟ କୁମାର ଦାଶ ଏବଂ ଭାରପ୍ରାପ୍ତ ନିରିକ୍ଷକ ଶାଗରିକା ସାବତ ଏବଂ ମୋହନ ରାଓ ଅଂଶ ଗ୍ରହଣ କରିଥିଲେ । ଆଗାମୀ ଦିନରେ ପ୍ରସ୍ତୁତ କର୍ତ୍ତା ଙ୍କ ର ପ୍ରତିଷ୍ଠାନ ଯାଞ୍ଚ କରାଯିବ ଯେପରି ଉପଭୋକ୍ତା ସୁରକ୍ଷା ପାଇଁ ପାଇ ପାରିବେ ଉପ ଜିଲ୍ଲାପାଳ ପ୍ରବେଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ