ମାଫିଆଙ୍କ କବଜାରେ କଳା ମୁଗୁନି ପଥର ଖଣି

ଖୋର୍ଦ୍ଧା ((ଜୁଗାବ୍ଦ ନ୍ୟୁଜ୍‍): ତହସିଲ ଅଧିନସ୍ଥ ଶହ ଶହ କଳା ମୁଗୁନି ପଥର ଖଣି କାରବାର ବେଆଇନ ଭାବେ ଚାଲିଛି । ଏହି ଚୋରା ପଥର ଖଣି କାରବାର ପଛରେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ରାଜନୈତିକ ନେତାଙ୍କ ହାତ ଥିବା ଅଭିଯୋଗ ହେଉଛି । କାଇପଦର ତାପଙ୍ଗ ମୋଜାରେ ଥିବା ଗ୍ରାନାଇଟ ପଥର ଖଣିଗୁଡ଼ିକ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଲାମ ଯାହା କରାଯାଉଛି ତାହା ନାମକୁ ମାତ୍ର । କୋଟି କୋଟି ଟଙ୍କାର ପଥର ଖଣି ମାଫିଆ ଲୁଟୁ ଥିବାବେଳେ ସରକାରଙ୍କର କୋଟି କୋଟି ଟଙ୍କାର ରାଜସ୍ୱ କ୍ଷତି ଘଟୁଛି । ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ଯେଉଁ ଚଢାଉ କରାଯାଉଛି ତାହା ଧର୍ମକୁ ଆଖି ଠାର ସଦୃଶ ପାଲଟିଛି । ଅନ୍ୟ ପକ୍ଷରେ ଏହି ଅସାଧୁ ମାଫିଆଙ୍କ ଦ୍ୱାରା ଲାଞ୍ଚ କାରବାର କରି ସରକାରୀ ଦଳର କିଛି ବଡ଼ପଣ୍ଡା ଏବଂ ରାଜନୈତିକ ନେତାମାନଙ୍କର ହାତ ଚିକଣ ହୁଏ । ତଳ ଠାରୁ ଉପରସ୍ତର ପର୍ଯ୍ୟନ୍ତ ସମସ୍ତେ ଏହି ବେଆଇନ କାର୍ଯ୍ୟରେ ଲିପ୍ତ ରହିଥିବା ବେଳେ ଏହି ଅଞ୍ଚଳର ଶ୍ରମିକମାନେ କାମ ନ ପାଇ ଗୁଜୁରାଟ, ସୁରାଟ, ଗୋଆ, ପଣ୍ଡିଚେରୀ, କେରଳ, ବାଙ୍ଗଲୋର ଓ ବିଦେଶକୁ ଦାଦନ ଖଟିବାକୁ ଯାଇ ନିର୍ଯ୍ୟାତନାର ଶିକାର ହେବା ସହ ମୃତ୍ୟୁ ବରଣ କରୁଛନ୍ତି । ସେଥିପ୍ରତି ସରକାରଙ୍କର ଚିନ୍ତା ନାହିଁ । ଏଣୁ ରାଜ୍ୟ ଶ୍ରମ ବିଭାଗ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଜସ୍ୱ ବିଭାଗ, ଶ୍ରୀମନ୍ଦିର ପ୍ରଶାସନ ଏବଂ ପୁଲିସ ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦୃଢ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ