ମାଫିଆଙ୍କ ଚୋରା ବାଲି ଓ ପଥର ଚାଲାଣ ପ୍ରଶାସନ ନୀରବ

କଣାସ,(ପାହାନ୍ତା ସିଂହ ଅଞ୍ଜଳୀ ସାହୁ):ପୁରୀ ଜିଲ୍ଲା କଣାସ ବ୍ଲକରେ ଦିନ ଦ୍ଵିପ୍ରହାରେ ଖୁଲମ୍ ଖୁଲା ଚୋରା ବାଲି ଓ ପଥର ଚୋରା ଚାଲାଣ ହେଉଥିବା ଦେଖିବାକୁ ମିଳୁଛି ।ଗତ କିଛି ଦିନ ପୂର୍ବରୁ ବେଆଇନ୍ ୧୯ ଟି ମାଙ୍କଡା ପଥର ବୋଝେଇ ଟ୍ରକ୍ ମାଇନ୍ସ ବିଭାଗ ବିଜିପୁର ଛକରୁ ଜବତ କରି ରଖିଥିବା ବେଳେ ତ୍ରିଲୋଚନପୁର ପଞ୍ଚାୟତ ତ୍ରିଲୋଚନପୁର ଗ୍ରାମ ନଦୀପଠାରୁ ଜେସିବି ମାଧ୍ୟମରେ ସହ ସହ ଟ୍ରିପ ବାଲି ଟ୍ରାକ୍ଟର ମାଧ୍ୟମରେ ଚୋରା ଚାଲାଣ ହେଉଥିବା ଦେଖିବାକୁ ମିଛିଛି ।ଯାହାଫଳରେ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ବ କ୍ଷତି ଘଟୁଛି । ପ୍ରଶାସନ ଜାଣିଶୁଣି ନୀରବ ରହୁଥିବା ବେଳେ ବାଲି ମାଫିଆଙ୍କ ବିରୋଧରେ ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ଲୋକଙ୍କ କହିବା କଥା ଦୀର୍ଘ ଦିନ ହେବ ନଦୀ ପଠାରୁ ବୋଲି ମାଫିଆମାନେ ରାଜସ୍ବ ବିଭାଗରୁ କୌଣସି ଅନୁମତି ନାଆଣି କି ଲିଜ୍ ନକାଟି ସହ ସହ ଟ୍ରାକ୍ଟର ବାଲି ଚୋରା ଚାଲାଣ କରୁଛନ୍ତି ।ଯାହା ଫଳରେ ବନ୍ୟା ସମୟରେ ନଦୀ ବନ୍ଧ ଉପରେ ପ୍ରଭାବ ପକାଉଛି ଓ ଅଞ୍ଚଳବାସୀ ଭୟଭିତରେ ରହୁଛନ୍ତି ।ସେପଟେ ରାଜସ୍ବ ନିରୀକ୍ଷକଙ୍କ ଜାଣତରେ ବାଲି ମାଫିଆମନେ ବାଲି ତାଡି ନେଉଥିବା ବେଳେ ବାଲି ମାଫିଆ ମାଲେ ମାଲ୍ ହେଉଥିବା ଅଭିଯୋଗ ହେଉଛି ।ଏଭଳି ଘଟଣାକୁ ସରକାର ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଯେପି ନେତା କୃଷ୍ଣ ଚନ୍ଦ୍ର ଜଗଦେବ ଦାବୀ କରିଥିବା ବେଳେ ସମାଜସେବୀ ସୁକାନ୍ତ କିଶୋର ସାମନ୍ତରାୟ କହିଛନ୍ତି କଣାସ ବ୍ଲକର ବିଭିନ୍ନ ନଦୀ ଶଯ୍ୟାରୁ ବେଆଇନ ବାଲି ଖନନ ହେଉଛି ଫଳରେ ବନ୍ୟା ବାତ୍ୟା ସମୟରେ ଲୋକମାନଙ୍କ ଧନ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି ।ସେପଟେ କଣାସ ତହସିଲଦାର ହିଂମାଶୁ ଶେଖର ଗିରି କହିଛନ୍ତି ବାଲି ଚୋରା ଚାଲାଣ ଘଟଣାକୁ ମାଇନ୍ସ ଓ ସ୍ଥାନୀୟ ଥାନାକୁ ଜଣାଇଛନ୍ତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ । କଣାସ ଅଞ୍ଚଳରେ ଚୋରା ବାଲି ଓ ପଥର ଚାଲାଣ ଉପରେ ପ୍ରଶାସନ ରୋକ୍ ଲଗାଇବା ପାଇଁ ସାଧାରଣରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ