ମା’ମଙ୍ଗଳା ମନ୍ଦିରର ବାର୍ଷିକ ଉତ୍ସବ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଅଣ୍ଡରା ଗ୍ରାମପଞ୍ଚାୟତର ମା’ମଙ୍ଗଳା ମନ୍ଦିରରେ ବାର୍ଷିକ ଉତ୍ସବ, ଘୃତଯଜ୍ଞ, ନାମସଙ୍କୀର୍ତ୍ତନ, ପ୍ରବଚନ, ଅନ୍ନଯଜ୍ଞ ମହାସମାରୋହରେ ପାଳିତ ହୋଇଯାଇଛି । ଯଜ୍ଞର କର୍ତ୍ତାଓ କର୍ତ୍ତୀ ଭାବେ ପ୍ରଶାନ୍ତ ସ୍ୱାଇଁ ଏବଂ କାବେରୀ ସ୍ୱାଇଁ କାର୍ଯ୍ୟ ସମ୍ପାଦନ କରିଥିଲେ । ପୂଜକ ପ୍ରଶନ୍ନ ନନ୍ଦ, ଗଗନ ଆଚାର୍ଯ୍ୟ, ତ୍ରୈଲୋକ୍ୟନାଥ ନନ୍ଦ, ସୈାମ୍ୟଜିତ ନନ୍ଦ, ଜଗତ ଜୟନନ୍ଦ, ଚିତ୍ତରଞ୍ଜନ ମହାପାତ୍ର ପ୍ରମୁଖ ପୂଜାକାର୍ଯ୍ୟ ଓ ମନ୍ତ୍ରୋଚାରଣ ସମେତ ଯଜ୍ଞରେ ଆହୂତି ପ୍ରଦାନ କରିଥିଲେ । ତୀର୍ଥଙ୍କର ମଲ୍ଲିକ, ଭାବଗ୍ରାହୀ ମଲ୍ଲିକ, ବିଘ୍ନେଶ୍ୱର ମଲ୍ଲିକ, ସତ୍ୟବାନ ଦାସ ପ୍ରମୁଖଙ୍କ ଯଜ୍ଞ କାର୍ଯ୍ୟରେ ସହଯୋଗରେ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଇଂ ମୂରଲୀଧର ସେଠୀ, ଶରତ କୁମାର ମହାନ୍ତି, ଅମ୍ବିକା ମଲ୍ଲିକ, ଭରତ ଭୂଷଣ ନାୟକ, ଦିଲ୍ଲିପ ରାଉତ, ସୁଦର୍ଶନ ମହାପାତ୍ର, ସଞ୍ଜୟ କୁମାର ମଲ୍ଲିକ, ରାଜେଶ କୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇ ପୁଷ୍ପାଞ୍ଜଳି ପ୍ରଦାନ ପୂର୍ବକ ଭକ୍ତିଅର୍ଘ୍ୟ ଅର୍ପଣ କରିଥିଲେ ।


