ମାରଣା ଷଣ୍ଢ ଆକ୍ରମଣରେ କୋମାରେ ଥିବା ବ୍ୟକ୍ତିଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗତ ୧୮ ଦିନ ପୂର୍ବେ ପାରଳା ସହରରେ ଏକ ମାରଣା ଷଣ୍ଢ ଆକ୍ରମଣରେ ଗୁରୁତର ହୋଇ କୋମାରେ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ଗତକାଲି ମୃତ୍ୟୁ ଘଟିଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଅଙ୍କ ସାହି ବାସିନ୍ଦା ଏସ୍‌. ବୁଲିବାବୁ(୮୩)ଙ୍କୁ ଗତ ୧୮ଦିନ ପୂର୍ବେ ଏହି ବ୍ୟକ୍ତିଙ୍କୁ ପାରଳାଖେମୁଣ୍ଡି ରାଜପ୍ରାସାଦ ଛକ ନିକଟରେ ଆତଙ୍କ ସୃଷ୍ଟି କରୁଥିବା ଏକ ମାରଣା ଷଣ୍ଢ ହଠାତ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ଅତ୍ୟନ୍ତ ଗୁରୁତର ହୋଇ କୋମାରେ ଗତ ୧୮ ଦିନ ଧରି ଚିକିତ୍ସିତ ଥିବା ଅବସ୍ଥାରେ ତାଙ୍କର ଗତକାଲି ମୃତ୍ୟୁ ଘଟିଥିବା ଜଣାପଡିଛି । ଏହି ମାରଣା ଷଣ୍ଢ ଆକ୍ରମଣରେ ଅନେକ ବ୍ୟକ୍ତି ଆହତ ହୋଇ ବହୁ ଅସୁବିିଧାର ସମ୍ମୁଖୀନ ହୋଇଛନ୍ତି । ଏ ସମ୍ପର୍କରେ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲେ ମଧ୍ୟ ପୌର ପ୍ରଶାସନର ନିରବତା ଯୋଗୁଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସହ ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ ପାଇଁ ସାଧାରଣରେ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ