ମାରଦା ମହୋତ୍ସବ ପାଇଁ ଲୁଣିଘାଟି ପଡ଼ିଆରେ ଭୂମି ପୂଜନ

ପୋଲସରା, (ଅନିଲ କୁମାର ମହାରଣା):ଆଉ ଦୁଇ ଦିନ ପରେ ଫେବୃୟାରୀ ୧୦ ତାରିଖ ଦିନ ପ୍ରସିଦ୍ଧ ଶରଣ ଶ୍ରୀକ୍ଷେତ୍ର ମାରଦା ମହୋତ୍ସବ ଅନୁଷ୍ଠିତ ହେବ। ପୋଲସରା ଲୁଣିଘାଟି ପଡ଼ିଆରେ ମାରଦା ମହୋତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଭୂମିପୂଜା କରାଯାଇଛି । ମାରଦା ମହୋତ୍ସବ କମିଟିର ବରିଷ୍ଠ ସଭ୍ୟ ଲଳିତ ମୋହନ ରଥଙ୍କ ତତ୍ବାବଧାନରେ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଏନ୍.ଏ.ସି ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ପ୍ରଧାନ, ଏନ୍.ଏ.ସି ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ପୋଲସରା ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ରାଜେନ୍ଦ୍ର କୁମାର ପ୍ରଧାନ, ପୋଲସରା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ପ୍ରଧାନ, ଜିଲ୍ଲା ଯୁବ ବିଜେଡି ଉପସଭାପତି ସୁକାନ୍ତ ଭୂୟାଁ , ଯୁବ ସଙ୍ଗଠକ ସୂର୍ଯ୍ୟ ନାରାୟଣ ସାହୁ ,ସାମ୍ବାଦିକ ମନୋଜ କୁମାର ଘଡେଇ , ଜ୍ୟୋତି ରଞ୍ଜନ ଆଚାରୀ ଓ ଚଗଲା ମହାପାତ୍ର ସମେତ ବହୁ କମିଟି ସଦସ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ଫେବୃୟାରୀ ୧୦, ୧୧ ଓ ୧୨ ତାରିଖ ୩ ଦିନ ପାଇଁ ପୋଲସରା ଲୁଣିଘାଟି ପଡ଼ିଆରେ ଆୟୋଜିତ ହେବାକୁ ଥିବା ମାରଦା ମହୋତ୍ସବ ବିଷୟରେ ସମସ୍ତ ସଦସ୍ୟଙ୍କ ମଧ୍ୟରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ