ମାରାଗୁଡା ଲୋକମହୋତ୍ସବ ତୃତୀୟ ଦିବସର ବୌଦ୍ଧିକ ଚର୍ଚ୍ଚା

ବୋଡେ଼ନ,(ଡୋଲେଶ୍ୱର ବାଗ):ମାରାଗୁଡା ଲୋକମହୋତ୍ସବ ଅବସରରେ ଜିଲ୍ଲା ସଂସ୍କୃତି ପରିଷଦ ଓ ଜିଲ୍ଲା ପ୍ରଶାସନ, ପକ୍ଷରୁ ସ୍ଥାନୀୟ ନେସନାଲ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ତୃତୀୟ ଦିବସରେ “ମାରାଗୁଡା ଅଞ୍ଚଳର ଐତିହ୍ୟ ଓ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ” ବିଷୟ ନେଇ ବୌଦ୍ଧିକ ଚର୍ଚ୍ଚା ଅନୁଷ୍ଠିତ ହୋଇ ଯାଇଛି। ଐତିହାସିକ ଡକ୍ଟର ଫଣିନ୍ଦମ ସିଂ ଦେଓ ଅଧ୍ୟକ୍ଷତା କରିଥିବା ବେଳେ ବିଶିଷ୍ଟ ଅତିଥି ଭାବରେ କବି ଗାଳ୍ପିକ ରାଜ୍ୟବର୍ଦ୍ଧନ ଧଳ ମହାପାତ୍ର ଓ ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର ଯୋଗ ଦେଇଥିଲେ। ବିଷୟ ବିଶେଷଜ୍ଞ ଭାବରେ ଅବସର ପ୍ରାପ୍ତ ଅଧ୍ୟାପକ ଲୋହିତାକ୍ଷ ଯୋଶୀ, ନାଟ୍ୟକାର ଜିତେନ୍ଦ୍ର ପଟ୍ଟନାୟକ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ ଅଂଶ ଗ୍ରହଣ କରି ମାରାଗୁଡ଼ା ସଭ୍ୟତା ଏକ ଉନ୍ନତ ବିକଶିତ ସଭ୍ୟତା ଥିଲା ବୋଲି ମତବ୍ୟକ୍ତ କରିଥିଲେ। ନୂଆପଡ଼ାର ପ୍ରାଚୀନ ଐତିହ୍ୟର ସଂରକ୍ଷଣ ଓ ରକ୍ଷଣା ବେକ୍ଷଣ ର ଆବଶ୍ୟକତା ରହିଛି ବୋଲି ସର୍ବସମ୍ମତି ମତ ପ୍ରକାଶ ପାଇଥିଲା। ଗୋଷ୍ଠୀ ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ସୁରଜିତ ସିଂ ମହରଥା ଧନ୍ୟବାଦ୍ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ