ମାରାତ୍ମକ ଆକ୍ରମଣ କରି ଯୁବକ ଗଲେ ଜେଲ
ସମ୍ବଲପୁର, (ଲିପନ ନାଏକ):ଜମନକିରା ଥାନା କେଶ ନମ୍ବର-୪୯/୨୫ ଅନୁଯାଇ ନିଜ ସମ୍ପର୍କୀୟ ଙ୍କୁ ଆକ୍ରମଣ କରିଥିବାରୁ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଜମନକିରା ପୋଲିସ। ପୋଲିସ ସୂଚନା ଅନୁଯାଇ ଜମନକିରା ଥାନା ଅଧିନସ୍ଥ ମହାଲିଙ୍ଗକୁଦର ଗ୍ରାମର ସୁଷମା କିଶାନ (୩୧) ଓ ତାଙ୍କ ସ୍ଵାମୀ ଶୋଭାରାମ କିଶାନଙ୍କୁ ଉକ୍ତ ଗ୍ରାମର ତାଙ୍କ ସମ୍ପର୍କୀୟ ଉଗ୍ରସେନ କିଶାନ ମଦ୍ୟ ପାନ କରି ଅଭିଯୋଗ କାରିଙ୍କ ଘରକୁ ଆସି ଗାଳିଗୁଲଜ କରିଥିଲେ ଏହି ସମୟରେ ସୁଷମା ଘରେ ଏକୁଟିଆ ଥିବାରୁ ଅଭିଯୁକ୍ତ ଉଗ୍ରସେନ ସୁଷମାଙ୍କୁ ପଚରାଉଚରା କରିଥିଲେ ଓ ସୁଷମା ଏହାର ପ୍ରତିବାଦ କରିବାରୁ ଉଗ୍ରସେନ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ ଏବଂ ସେହି ସ୍ଥାନ ଛାଡି ପଳାଇ ଯାଇଥିଲେ। ସୁଷମା ତାଙ୍କ ସ୍ଵାମୀ ଶୋଭାରାମ କିଶାନଙ୍କୁ ଘଟଣା ସମ୍ପର୍କ ରେ ଜଣାଇବା ପରେ ସ୍ୱାମୀ ଅଭିଯୁକ୍ତ ଉଗ୍ରସେନଙ୍କୁ ଚେତାବନୀ ଦେଇଥିଲେ ହେଲେ ଉଗ୍ରସେନ କ୍ରୋଧିତ ହୋଇ ଏକ କୁରାଢ଼ି ନେଇ ଶୋଭାରାମଙ୍କ ଘରକୁ ଯାଇଥିଲେ ଏବଂ ହତ୍ୟା କରିବା ଉଦ୍ଦେଶ୍ୟରେ ତାଙ୍କୁ ଆକ୍ରମଣ କରିଥିଲେ ଯାହା ପାଇଁ ଶୋଭାରାମଙ୍କ ବାମ ହାତରେ ଆଘାତ ଲାଗିଥିଲା ଓ ହାତ ରକ୍ତାକ୍ତ ହୋଇଥିବା ଲିଖିତ ଅଭିଯୋଗ ପରେ ପୋଲିସ ଆଇ.ପି.ସି ଧରା ୩୩୩/୧୨୬(୨)/୧୧୫(୨)/୧୧୮(୧)/୩୫୧(୨)/୧୦୯(୧) ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଅପରାଧରେ ବ୍ୟବହାର ହୋଇଥିବା ମାରଣାଅସ୍ତ୍ର କୁରାଢ଼ିକୁ ଜବତ କରି ଅଭିଯୁକ୍ତ ଉଗ୍ରେସନ କୁ ଗିରଫ କରି କୋର୍ଟ ଚାଲାଣ କରିଛି।