ମା’ରାମଚଣ୍ଡିଙ୍କ ପୀଠରୁ ବାରମ୍ବାର ଚୋରି, ପୁଲିସର ପଦକ୍ଷେପ ଶୂନ

ଛତ୍ରପୁର ( ଯୁଗାବ୍ଦ ନ୍ୟୁଜ୍ ) : ଗଂଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମା’ରାମଚଣ୍ଡିଙ୍କ ମୁକୁଟ ସହ ଅନ୍ୟାନ୍ୟ ଅଳଙ୍କାର ଗୁଡିକୁ ଦୁର୍ବୃତ୍ତ ଚୋରି କରିଛନ୍ତି । ପୀଠରେ ମହାକାଳୀ, ମହାସରସ୍ୱତୀ ଓ ମହାଲକ୍ଷ୍ମୀ ଭାବେ ବିରାଜମାନ ହୋଇଥିବା ମା’ଙ୍କ ତ୍ରିମୂର୍ତ୍ତୀ ପରିଧାନ କରିଥିବା ପିତଳ ମୁକୁଟ, ରୂପାର ଆଖି ଏବଂ ଅନ୍ୟାନ୍ୟ ଅଳଙ୍କାରକୁ ଚୋରି ଗତକାଲି ରାତିରେ ଚୋରି ହୋଇଛି । ଦୁର୍ବୁତ୍ତମାନେ ମନ୍ଦିର ତାଲା ଭାଙ୍ଗି ସମସ୍ତ ସାମଗ୍ରୀ ଚୋରି କରିଥିଲେ । ଆଜି ସକାଳୁ ସକାଳୁ ମନ୍ଦିର ପୂଜକ ପୀଠକୁ ଗଲାବେଳେ ମା’ଙ୍କ ଏଭଳି ଦୃଶ୍ୟ ଦେଖି ପ୍ରଥମେ ଚକିତ ହୋଇପଡିଥିଲେ । ପରେ ସବୁ ବିଷୟ ମନ୍ଦିର କମିଟିକୁ ଜଣାଇଥିଲେ । ମନ୍ଦିର କମିଟିର ସଦସ୍ୟମାନେ ପୀଠରେ ପହଞ୍ଚି ସମସ୍ତ ସ୍ଥିତିକୁ ଅନୁଧ୍ୟାନ କରି ଗଂଜାମ ଥାନାରେ ଏକ ଅଭିଯୋଗପ୍ରଦାନ କରିଥିଲେ । ମା’ଙ୍କ ମନ୍ଦିର ରାମଚଣ୍ଡି ପାହାଡର ଶୀର୍ଷ ଭାଗରେ ରହିଛି । ପାହାଡର ମଧ୍ୟଭାଗରେ କିଛି ଅସାଧୁ ବ୍ୟକ୍ତି କିଛି ଦିନ ହେଲା ଆଡ୍ଡା ଜମାଉଛନ୍ତି । ଏପରିକି ସରକାରୀ ଜାଗାରେ ଜବର ଦଖଲ ଭାବେ ଏକ ଆଶ୍ରମ କରିଛନ୍ତି । ସେଠାରେ ନିତିଦିନ ମଦ୍ୟପ ଏବଂ ଗଞ୍ଜୁଆଙ୍କ ଆଡ୍ଡା ଜମୁଛୁ । ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା ପୁଲିସ ଓ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ । ବର୍ତ୍ତମାନ ମନ୍ଦିର ପୁନଃଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ମନ୍ଦିରର ସୌନ୍ଦର୍ଯ୍ୟ ବୃଦ୍ଧି ପାଉଥିବା ବେଳେ ମନ୍ଦିରରେ ବାରମ୍ବାର ଦୁର୍ବୃତ୍ତମାନେ ଚୋରି କରୁଛନ୍ତି । ପୁଲିସର ପେଟ୍ରୋଲିଂ କଡାକଡି ହେଉନାହିଁ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ