ମାରୁତିର ପୂର୍ବତନ ମୁଖ୍ୟଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ : ମାରୁତିର ପୂର୍ବତନ ମୁଖ୍ୟ ଜଗଦିଶ୍ ଖଟ୍ଟରଙ୍କ ନାମରେ ମାମଲା ରୁଜୁ କରିଛି ସିବିଆଇ। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ୧୧୦ କୋଟି ଟଙ୍କା ଋଣ ଜାଲିଆତି ମାମଲାରେ ଖଟ୍ଟରଙ୍କୁ ଛନ୍ଦିଛି ସିବିଆଇ । ଖଟ୍ଟରଙ୍କ ଘରେ ସିବିଆଇ ରେଡ୍ କରିଛି । ଜଗଦୀଶ ଖଟ୍ଟର ହେଉଛନ୍ତି ଦେଶର ନମ୍ବର ୱାନ୍ ଅଟୋ କମ୍ପାନୀ ମାରୁତି ସୁଜୁକୀ କମ୍ପାନୀର ପୂର୍ବତନ ମୁଖ୍ୟ । ସେ ୧୯୯୩ରୁ ୨୦୦୭ ପର୍ଯ୍ୟନ୍ତ ମାରୁତି ଉଦ୍ୟୋଗରେ ଥିଲେ ଏବଂ ଅବସର ସମୟରେ ସେ ମାରୁତିର ପରିଚାଳନା ନିର୍ଦ୍ଦେଶକ ଥିଲେ । ୨୦୦୭ରେ ମାରୁତି ଉଦ୍ୟୋଗରୁ ଅବସର ପରେ ଜଗଦୀଶ ଖଟ୍ଟର କିଛି ସହଯୋଗୀଙ୍କ ସହ ମିଶି କାର୍ନେସନ ଅଟୋ ଇଣ୍ଡିଆ ଲିମିଟେଡ୍ ନାମକ ଏକ କମ୍ପାନୀ ପ୍ରତିଷ୍ଠା କରିଥିଲେ । ସେହି କମ୍ପାନୀ ପିଏନବିରୁ ୧୭୦ କୋଟି ଟଙ୍କା ନେଇଥିଲେ । କିନ୍ତୁ ସେହି ଋଣ କାରବାରରେ ପିଏନବିର ୧୧୦ କୋଟି ଟଙ୍କା କ୍ଷତି ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଖଟ୍ଟର ଏବଂ କାର୍ନେସନ ଅଟୋ ଇଣ୍ଡିଆ ଲିମିଟେଡରେ ଅନ୍ୟ କର୍ମକର୍ତ୍ତାଙ୍କ ନାମରେ ଏଫଆଇଆର୍ ଦେଇଛି ସିବିଆଇ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ