ମାରୁତି ଇକୋ ଭେନରୁ ୬୦ କିଲୋ ଗଞ୍ଜେଇ ଜବତ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଗଜପତି ଜିଲ୍ଲାରେ ଗଞ୍ଜେଇ ଚୋରା ଚାଲାଣର ମୁଖ୍ୟ ପେଣ୍ଠ ସ୍ଥଳୀ ପାଲଟି ଥିବାବେଳେ ଜିଲ୍ଲା ପୋଲିସର ନିଦ ହଜାଉ ଛନ୍ତି ଗଞ୍ଜେଇ ମାଫିଆ ମାନେ । ହେଲେ ଜିଲ୍ଲା ପୋଲିସ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରି ସଫଳତା ହାସଲ କରିଚାଲିଛି । ପୁଣି ଏକ ସଫଳତା ହାସଲ କରିଛି ଅଡବା ପୋଲିସ । ଏଏସ୍ଆଇ ଏଲ୍. ବେହେରାଙ୍କ ତତ୍ୱାବଧାନରେ ପଟ୍ରୋଲିଂ ଚାଲିଥିବାବେଳେ ଏକ ମାରୁତି ଇକୋ ଭ୍ୟାନ ଯାହାର ନଂ ଓଡି ୨୦ବି ୭୫୭୨ ଗାଡ଼ିଟିକୁ ସନ୍ଦେହ ହେବାରୁ ଗାଡ଼ିକୁ ଯାଞ୍ଚ୍ କରିଥିଲେ । ସେହିସମୟରେ ଗାଡ଼ି ଚାଳକ ଗାଡ଼ି ଛାଡି ଦୈଡ଼ି ପଳାଇଥିବା ସୂଚନା ଦେଇଛନ୍ତି ଅଡବା ପୋଲିସ । ଯାଞ୍ଚ ପରେ ସେଥିରୁ ଦୁଇଟି ଜରି ବ୍ୟାଗ୍ରେ ୬୦ କିଲୋ ଗଞ୍ଜେଇ ଜବତ କରିଛି ପୋଲିସ । ଏନେଇ ଅଡବା ଥାନାରେ କେସ ନଂ.୫୨/୨୨ପଞ୍ଜୀକୃତ ହୋଇଅଛି ।


