ମାର୍କେଟିଂ କରିବାକୁ ଯାଇ ୩ ନାବାଳିକା ଫେରାର ପରେ ପୋଲିସ ଦ୍ୱାରା ଉଦ୍ଧାର : ୩ ଜଣ ଅଟକ 

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନା ଅଞ୍ଚଳରେ ରବିବାର ଦିନ ମାର୍କେଟିଂ କରିବା ପାଇଁ ଯାଇ ଫେରାର ହୋଇଯାଇଥିଲେ ୩ ନାବାଳିକା। ଏନେଇ ଅଭିଯୋଗ ହେବା ପରେ ସୋମବାର ପୁଲିସ୍‌ ୩ ନାବାଳିକାଙ୍କୁ ଉଦ୍ଧାର କରିଛି। ଏହି ଘଟଣାରେ ୩ ଜଣଙ୍କୁ ଅଟକ ମଧ୍ୟ ରଖିଛି। ଘଟଣାରୁ ପ୍ରକାଶ ଯେ, ରବିବାର ସାରଙ୍ଗଡ଼ ଥାନା ଅଞ୍ଚଳର ୩ ନାବାଳିକା ମାର୍କେଟ ଯାଇଥିଲେ। ହେଲେ ଘରକୁ ଫେରିନଥିଲେ। ପରିବାର ଲୋକେ ଦୀର୍ଘ ସମୟ ଧରି ଅପେକ୍ଷା କରିବା ପରେ ଶେଷରେ ଏନେଇ ସାରଙ୍ଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍‌ ପୃଥକ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଖୋଳତାଡ ପରେ ନାବାଳିକାଙ୍କ ପତ୍ତା ପାଇଥିଲା ପୁଲିସ୍‌। ସେମାନେ କାର୍‌ରେ ଫେରାର ହୋଇଯାଉଥିବା ବେଳେ ରାଇକିଆ ଥାନା ବାଙ୍କିଙ୍ଗିଆରୁ ଉଦ୍ଧାର କରିଛି। ଏଥିସହ ୩ ଜଣଙ୍କୁ ଅଟକ ରଖିଛି ପୁଲିସ୍‌। ଅଟକ ଥିବା ୩ ଜଣଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ଅଛନ୍ତି। ମାତ୍ର ସେମାନଙ୍କ ସମ୍ପର୍କରେ କୌଣସି ସୂଚନା ଦେଉନି ପୁଲିସ୍‌।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ