ମାର୍କେଟ୍ ବିଲ୍ଡିଂ, ୟୁନିଟ୍ ୧ ହାଟ ସିଲ୍ କଲା ବିଏମସି
ଭୁବନେଶ୍ବର : ଭୁବନେଶ୍ବର ସ୍ଥିତ ମାର୍କେଟ୍ ବିଲ୍ଡିଂ ଏବଂ ପରେ ୧ ନମ୍ବର ହାଟକୁ ମଧ୍ୟ ସିଲ୍ କରି ଦିଆଯାଇଛି । ପ୍ରବଳ ଭିଡ କାରଣରୁ ବିଏମ୍ସି ପକ୍ଷରୁ ହାଟକୁ ସିଲ୍ କରାଯାଇଛି । ରଜ କାରଣରୁ ଭିଡ ତଥା ସାମାଜିକ ଦୂରତ୍ବ ନିୟମର ଉଲ୍ଲଂଘନ କାରଣରୁ ବିଏମ୍ସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଆଜି ଅପରାହ୍ନରେ ସମାନ କାରଣରୁ ମାର୍କେଟ୍ ବିଲ୍ଡିଂକୁ ମଧ୍ୟ ସିଲ୍ କରାଯାଇଥିଲା । ଗତକାଲି ମଧ୍ୟ ସମାନ କାରଣରୁ ଏକାଧିକ ଦୋକାନକୁ ସିଲ୍ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ରଜ କାରଣରୁ ସରକାରଙ୍କ ପକ୍ଷରୁ ରାତ୍ରିକାଳୀନ କର୍ଫ୍ୟୁକୁ ରାତ୍ର ୧୦ ଟା ପର୍ଯ୍ୟନ୍ତ କୋହଳ କରାଯାଇଛି ।


